jayashree

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ୩ ଦିନିଆ ବଲାଙ୍ଗିରଗସ୍ତ : ପ୍ରଥମ ଦିନରେ ପାଟଣାଗଡରେ ମାରାଥନ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ତିନି ଦିନିଆ ମାରାଥନ ଗସ୍ତରେ ଆସିଛନ୍ତି । ଆଜି ଶ୍ରୀ ସାହୁ ପାଟଣାଗଡ ଅଞ୍ଚଳ ଯାଇ ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନରେ ଯାଇ ଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତା ଉପରେ ପଚାରି ବୁଝିଥିଲେ । ପ୍ରଥମ ଦିନରେ ସେ ବଣାଇମୁଣ୍ଡା ଅଙ୍ଗନୱାଡି କେନ୍ଦ୍ର-୨ ଏବଂ ଆଶ୍ରମ ସ୍କୁଲ ପରିଦର୍ଶନ କରିବା ସହ ମଧ୍ୟାହ୍ନ ଭୋଜନନ ଓଜନ ମାପକ ଯନ୍ତ୍ର, ଛତୁଆର ମାନ ପରଖିଥିଲେ । ପିଲାଙ୍କ ସ୍ୱାସ୍ଥ୍ୟରେ ଖିଲାପି ନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ । ବଣାଇମୁଣ୍ଡା ଅଙ୍ଗନୱାଡି କେନ୍ଦ୍ର-୨ରେ ଓଡିଶା ସରକାରଙ୍କ ଅନିମିଆ ମୁକ୍ତ ଲକ୍ଷ ଅଭିଯାନ (ଅମ୍ଳାନ)କାର୍ୟ୍ୟକ୍ରମର ସ୍ଥିତି ପରଖିଥିଲେ । ଏହାପରେ ସେ ବର୍ଥଲା ଗ୍ରାମ ପଞ୍ଚାୟତରେ ୨ଟି ହୁଇଲଚେୟାର , ୨ଟି ଟ୍ରାଇ ସାଇକେଲ ଏବଂ ଦୁଇଟି ଭିନ୍ନକ୍ଷମ ସ୍ଵୟଂ ସହାୟକ ଗୋଷ୍ଠୀକୁ ମିସନ କ୍ଷମତା ଯୋଜନା ଆଧାରରେ ପଚାଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଏହାପରେ ଶ୍ରୀ ସାହୁ ହରିଶଙ୍କର ମନ୍ଦିର ପରିଦର୍ଶନ କରିବା ସହ ପାର୍ଶ୍ଵବର୍ତ୍ତୀ କାମର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ଅପରାହ୍ନରେ ପାଟଣାଗଡ ବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିଥିଲେ । ଏହି ଗ୍ରସ୍ତ ବେଳେ ତାଙ୍କ ସହ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନୁପମ ହୋତା ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.