om academy

ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି, ଜଣେ ଅଟକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଏକ ଆଦିବାସୀ ଆଶ୍ରମ ସ୍କୁଲ ହଷ୍ଟେଲରେ ରହୁଥିବା ଜନୈକ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିବା ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଏନେଇ ପଚାରିବାରୁ, ତାଙ୍କ ଗାଁର ଜଣେ ଯୁବକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସେ କହିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ଏ ସମ୍ପର୍କରେ ଜାଣିବା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ସଦରଥାନାରେ ଏତଲା ଦିଆଯାଇଛି । ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିଥିବା ନେଇ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ୍‌ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.