ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନିଜ ନିର୍ବାଚନୀ ମଣ୍ଡଳି ଅନ୍ତର୍ଗତ ବଲାଙ୍ଗିର ସଦର ବ୍ଲକର ଶିବତଲା ପଂଚାୟତ ବିଭିନ୍ନ ଗାଁ ବୁଲିଥିଲେ । ପ୍ରଥମେ ସେ ପଂଚାୟତ ଅନ୍ତର୍ଗତ ଆଡେନ ଡୁଙ୍ଗୁରି ଯାଇ ସେଠାରେ ଚାଲିଥିବା ନାମଯଜ୍ଞରେ ସାମିଲ ହେବା ସହ ସେଠାକାର ଖ୍ରୀଷ୍ଟିୟାନପଡାକୁ ଯାଇ ଲୋକଙ୍କ ସମସ୍ୟା ଶୁଣିଥିଲେ । ବିଶେଷ କରି ଗ୍ରାମବାସୀମାନେ ପିଇବା ପାଣି ସମସ୍ୟାକୁ ନେଇ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ତା’ସହ ମା’ମାନଙ୍କୁ ଦରକାର ହେଉଥିବା ଏକ କମ୍ୟୁନିଟି ସେଣ୍ଟର ଉପରେ ଆଲୋଚନା ହୋଇଥିଲା । ଗାଁର ବାକି ସମସ୍ୟା ଯଥା ଆବାସ ଗୃହ, ଭତ୍ତା, ବିଜୁଳିକୁ ନେଇଥିବା ସମସ୍ୟା ପୂରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ସେଠାରୁ ସେ ଆଦିବାସୀ ଗାଁ ଲୁଚୁକିବନ୍ଧକୁ ଯାଇ ସେଠାକାର ଲୋକମାନଙ୍କୁ ଭେଟି ତାଙ୍କର ସମସ୍ୟା ଶୁଣିଥିଲେ । ଆଲୋଚନା ସମୟରେ ଗ୍ରାମବାସୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗରିବଙ୍କ ପାଇଁ ଘର ଯୋଜନାରେ ବହୁତ ପାତର ଅନ୍ତର ହେଉଥିବାର ଅଭିଯୋଗ କରିଥିଲେ । ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କଟି ଯାଉଥିବାରୁ ତାର ଉପରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ । ସଂପୃକ୍ତ ବିଭାଗ ତରଫରୁ ଗ୍ରାମମାନଙ୍କରେ ସଚେତନ କରାଯାଉ ନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ଗୃହ ଆବେଦନ କରିବାରେ ବିଫଳ ହେଉଛନ୍ତି କିମ୍ବା ତାଙ୍କ ଅଭିଯୋଗକୁ ଠିକଣା ସମୟରେ ଠିକ୍ ଜାଗାରେ କରିପାରୁନଥିବା ଜଣାପଡିଥିଲା । ଏହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ବିଭାଗ ସହିତ ଆଲୋଚନା କରିବା ପାଇଁ କହିଥିଲେ । ଆଲୋଚନା ସମୟରେ ସ୍କୁଲ ଗୃହ, ରାସ୍ତା, ବିଜୁଳି ସମସ୍ୟାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲେ । ବିଧାୟକଙ୍କ ଆଜିର ସହି ଗସ୍ତ ସମୟରେ କଂଗ୍ରେସ ନେତା ସରୋଜ ରଥ, ରିଙ୍କୁ ଦିକ୍ଷିତ, ପର୍ଶୁରାମ ଦିକ୍ଷିତ, ବ୍ରଜ ଧରୁଆ, ରାମକୁମାର ଭୋଇ, ଗୋପ ମେହେରଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।
Prev Post