ଲୋଇସିଂହା ରେଲୱେ ଷ୍ଟେସନରୁ ୧୮.୧୧୫ କେଜି ଗଞ୍ଜେଇ ଜବତ : ୨ ଗିରଫ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଳ ଷ୍ଟେସନରୁ ପୋଲିସ ୧୮.୧୧୫ କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ଯାଜ୍ଞସେନି ନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ଘମାପୁର ଥାନାର ପ୍ରବୀଣ ଚୌଧୁରୀ (୨୦) ଓ ଅର୍ପିତ ପାନିକ (୨୪) । ରବିବାର ଅପରାହ୍ନରେ ସମ୍ପୃକ୍ତ ଯୁବକ ଦ୍ୱୟ ଲୋଇସିଂହା ରେଲୱେ ଷ୍ଟେସନରେ ୨ଟି ଟ୍ରଲି ବ୍ୟାଗ ଧରି ବୁଲୁଥିବା ନେଇ ଲୋଇସିଂହା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର ପାଇ ଲୋଇସିଂହା ପୋଲିସ ସଦଳ ବଳେ ସେଠାରେ ଚଢାଉ କରି ଯୁବକ ୨ ଜଣଙ୍କୁ କାବୁ କରି ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗ ଯାଞ୍ଚ କରାଯିବା ପରେ ୨ଟି ବ୍ୟାଗରୁ ୧୮.୧୧୫ କେଜି ଗଞ୍ଜେଇ ଜବତ କରିଥିଲେ । ଏ ନେଇ ଲୋଇସିଂହା ଥାନା କେସ ନଂ. ୩୩୯/୨୪ ରେ ଦଫା ୨୦(ବି) (ଆଇଆଇ)(ବି) ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!