ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ କେଳାପଡା ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟିକୁ ତନଖିବା ସମୟରେ ଡ଼ିକିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ସ୍କୁଟି ଓ ଗଞ୍ଜେଇ ସହ ଦୁଇ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ପୋଲିସ ପକ୍ଷରୁ ଜଣାପଡିଛି । ସ୍କୁଟି ନଂ. ଓଡି- ୩୪-ସି – ୬୭୯୦ ସହ ଗଞ୍ଜେଇ ଚାଲାଣକାରୀ ରାକେଶ ନାୟକ ଓ ନିର୍ମଳ କର୍ମୀଙ୍କୁ ପୋଲିସ ଗିରଫ କରି କେଶ ନଂ. ୧୭/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି ।