oom

ରତନ୍‌ପୁର ଢ଼ାବା ପାଖରେ ଏକ ଇନୋଭା ଗାଡ଼ିରୁ ଗଞ୍ଜେଇ ଜବତ୍

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଥମିବାର ନାଁ ନେଉ ନାହିିଁ ଗଞ୍ଜେଇ ଚୋରାଚାଲାଣ କାରବାର । ଚୋରା ଗଂଜେଇ କାରବାର ହବ୍‌ ପାଲଟିଲାଣି ବଲାଙ୍ଗିର ସହର ଓ ଏହାର କିଛି ଆଖପାଖ ଅଞ୍ଚଳ । ଗତକାଲି ବଲାଙ୍ଗିର ଦେଓଗାଁ ପୋଲିସ ରତନ୍‌ପୁର ଢ଼ାବା ନିକଟରେ ଏକ ନିଛାଟିଆ ସ୍ଥାନରେ ଥିବା ଗୋଦାମ ଘରେ ଗଂଜେଇ ଭର୍ତ୍ତି ଏକ ଇନୋଭା ଗାଡି ରହିଥିବା ସୂଚନା ପାଇଥିଲା, ଯାହା ରାତିରେ ଆସି ସେହି ସ୍ଥାନରେ ରଖାଯାଇଥିବା ନେଇ ମିଳିଥିବା ସୂତ୍ରରୁ ପୋଲିସ ହାତରେ ଖବର ଲାଗିଥିଲା । ଗତକାଲି ଘଟଣା ସ୍ଥଳରେ ପୋଲିସ ରେଡ଼ ମାରିଥିଲା । ଇନୋଭା ଗାଡ଼ିକୁ ଖୋଲିଥିଲା । ଗାଡ଼ି ଭିତରେ ୨୮ କେଜି ଗଞ୍ଜେଇ ବାହାରିଥିଲା । ଦେଓଗାଁ ପୋଲିସ ଗାଡିକୁ ଜବତ୍‌ କରିବା ସହ ଗାଡି ଭିତରୁ ବାହାରିଥିବା ଗଞ୍ଜେଇ ଜବତ କରିଛି । ତେବେ ଗାଡିଟି ରତନ୍‌ପୁର ଢ଼ାବା ଆଗରେ ରହିଥିବା ଯୋଗୁଁ ମାଲିକଙ୍କ ବୋଲି ଅନୁମାନ କରି ଢ଼ାବା ମାଲିକ ନଥିବା ଯୋଗୁଁ ଢ଼ାବାର ଦୁଇ ଜଣଙ୍କୁ ଉଠାଇ ଆଣିଛି ପୋଲିସ । ସେପଟେ ଗାଡିଟିରେ ଭୁବନେଶ୍ୱର ନମ୍ବର ରହିଥିବା ବେଳେ ଗାଡ଼ିଟି କାହାର ତାହାକୁ ନେଇ ତଦନ୍ତ କରୁଛି ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓ ଗାଡିକୁ ଜବତ କରାଯାଇଛି । ଗାଡି ରଖାଯାଇଥିବା ସ୍ଥାନକୁ ସିଲ କରିବାକୁ ମଧ୍ୟ ପଛାଇ ନାହିିଁ ପୋଲିସ । କୁହାଯାଇଛି କିଛି ବ୍ୟକ୍ତି ସେହି ସ୍ଥାନକୁ ଆସୁଥିବା ବେଳେ ଜଗି ରହିଥିବା ପୋଲିସକୁ ଦେଖି ଫେରାର୍‌ ମାରିଥିଲେ, ଯାହାକୁ ନେଇ ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରି ତଦନ୍ତ ଜୋର୍‌ଦାର୍‌ କରିଛି ପୋଲିସ । ନିକଟରେ ବଲାଙ୍ଗିର ପେଲେସ୍‌ ଲାଇନ୍‌ ନିକଟରୁ ଏକ ଭଡ଼ାଘରୁ ବଲାଙ୍ଗିର ଟାଉନ୍‌ ପୋଲିସ ୯୨ କେଜି ଗଂଜେଇ ଜବତ୍‌ କରିଥିବା ବେଳେ ଏହି ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା ।

jittmm
Leave A Reply

Your email address will not be published.