om academy

ମୋଟର ସାଇକେଲରୁ ୮କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ୍ କଲା ପାଇକମାଲ ପୋଲିସ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ନିକଟସ୍ଥ ସାଲେପାଲି ଗ୍ରାମ ପାଖରେ ଏକ ମୋଟର ସାଇକେଲରୁ ୮କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପାଇକମାଲ ପୋଲିସ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଏକ ଟିମ୍ ଗଠନ କରି ପାଇକମାଲରୁ ପଦ୍ମପୁର ରାସ୍ତା ଆଡକୁ ଯାଇଥିଲେ । ପାଇଥିବା ଖବର ମୁତାବକ ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡିରୁ ୮ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ନେଉଥିବା ଗାଡ଼ି ମାଲିକ ହେଉଛନ୍ତି ପଦ୍ମପୁର ବ୍ଲକ ଜମଲା ଗ୍ରାମର ସୁରେଶ ମେହେର । ସୁରେଶକୁ ପାଇକମାଲ ପୋଲିସ ଗିରଫ କରିବା ସହିତ ତା’ ଠାରୁ ଏକ ହିରୋ ଏଚଏଫ ଡ଼ିଲକ୍ସ ମୋଟର ସାଇକେଲ, ମୋବାଇଲ ଓ କିଛି ନଗଦ ଟଙ୍କା ଜବତ କରିଛି ପୋଲିସ । ପାଇକମାଲ ଥାନାରେ କେଶ ସଂଖ୍ୟା ୬୧/୨୧ ଧାରା ୨୬-ବି ଏନ୍‌ଟିପିସି ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜରିରହିଛି ଏବଂ ସୁରେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.