ଗାନ୍ଧୀବାଦୀ ପ୍ରଫୁଲ ନାଏକଙ୍କ ସ୍ମୃତିସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ଗାନ୍ଧୀ ସ୍ମାରକୀ ସମିତିର କର୍ଣ୍ଣଧାର, ଗାନ୍ଧୀଚିନ୍ତକ ସ୍ୱର୍ଗତ ବେରବୋଇ ଗ୍ରାମର ପ୍ରଫୁଲ ନାଏକଙ୍କ ସ୍ମୃତି ଉଦ୍ଦ୍ୟେଶରେ ଗାନ୍ଧୀ ପୀଠରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଗାନ୍ଧୀ ସ୍ମାରକୀ ସମିତିର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଶେଷ କରି ଦିବଂଗତ ନାଏକଙ୍କର ଗାନ୍ଧୀପୀଠ ପ୍ରତି ଅବଦାନ, ସେ ବହୁ ମୁଖୀର ପ୍ରତିଭା ଥିଲେ ବୋଲି ସବେଶ୍ୱର୍ର ବରେଇ, ବଲ୍ଲଭ ବିଶ୍ୱାଳ, ଅମରେନ୍ଦ୍ର ବାରିକ, ଭାଗିରଥି ପରିଡା, ଅନାମ ମଲିକ, ଅଭୟ ଚରଣ ସାହୁ, କ୍ଷେତ୍ରବାସୀ ଆଳୁକ, ସୁବନ୍ତ ବେହେରା ପ୍ରମୁଖ ଯୋଗଦେଇ ଦିବଗଂତ ଶ୍ରୀ ନାଏକଙ୍କର ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

jittmm
Leave A Reply

Your email address will not be published.