ମହାଳୟାରେ ସାମୁହିକ ଦୀପ ଦାନ ଓ ଗାନ୍ଧୀ ଜୟନ୍ତି ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁ୍‌ଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପବିତ୍ର ମହାଳୟାରେ ସାମୁହିକ ଦୀପ ଦାନ ଓ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଶ୍ରୀରାମ ମନ୍ଦିର ଟିକ୍ରାପଡା ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ସହିତ ଅର୍ଦ୍ଧଶତ ମହାପୁରୁଷ, ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସୈନିକ ତଥା ଆଖ ପାଖର ଦିବଂଗତ ବ୍ୟକ୍ତିଙ୍କ ଫଟୋକୁ ସନ୍ଧ୍ୟାରେ ସ୍ଥାପିତ କରାଯାଇଥିଲା । ଆଦ୍ୟାଶକ୍ତି ନାରୀ ସଂଗଠନର ସଭାନେତ୍ରୀ ମାଳତୀ ଉଦ୍‌ଗାତା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବା ପରେ ଅନ୍ୟ ସମସ୍ତେ ନିଜ ନିଜର ପୂର୍ବ ପୁରୁଷଙ୍କୁ ଫଲ, ଚନ୍ଦନ, ଧୂପ ସହିତ ସାମୁହିକ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଣ୍ଡିତ ସତ୍ୟନାରାୟଣ ରଥ ବେଦ ପଠନ କରିଥିଲେ । ଉକ୍ତ ସ୍ମୃତି ମଣ୍ଡପକୁ ସ୍ୱର୍ଗତ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ଉତ୍ସର୍ଗ କରି ସମ୍ମାନ କରି ସମ୍ମାନ ପ୍ରଦର୍ଶନ କାଯାଇଥିଲା । ଡଃ. ପ୍ରେମଚାନ୍ଦ ମହାନ୍ତି ମହାଳୟରେ ତର୍ପଣ ଓ ସାମୁହିକ ଦୀପଦାନ ସଂପର୍କରେ ଓ କସ୍ତୁରୀ ରଥ ଗାନ୍ଧିଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏଭଳି ଅଭିନବ କାର୍ଯ୍ୟକ୍ରମକୁ ଜନସାଧାରଣ ଦର୍ଶନ କରିବା ସହିତ ପ୍ରଶଂସା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ନିରୁପମା ପାଣିଗ୍ରାହୀ, କପିଳ ପତି, ସିତାଂଶୁ ଶେଖର ନାୟକ, ପ୍ରଦୀପ ପସାୟତ, ମଧୁ ସାହୁ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ଭୀମସେନ ସାହୁ, ଦୁର୍ଗା ଚରଣ ସାହୁ ଓ ମଦନ ମୋହନ ରଥ ସହଯୋଗ କରିଥିଲେ । ଶେଷରେ ଅରୁଣ ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!