lika

କଫ୍‌ ସିରଫ ବିକ୍ରିକୁ କେନ୍ଦ୍ର କରି ଗଣ୍ଡଗୋଳ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବରପାଲିପଡାଠାରେ କଫ୍‌ ସିରଫ ବିକ୍ରିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଏହି ଗଣ୍ଡଗୋଳରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଦିନ ବେଳା ବରପାଲିପଡାରେ କଫ୍‌ ସିରଫ ବିକ୍ରି କରିବାକୁ କୃଷ୍ଣ ଜେନା ନିଜ ଭାଇ ପ୍ରଶାନ୍ତ ଜେନାଙ୍କୁ ବାରଣ କରିଥିଲେ ଫଳରେ ଉତ୍ୟକ୍ତ ହୋଇ ପ୍ରଶାନ୍ତ ଜେନା କୃଷ୍ଣ ଜେନାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଉକ୍ତ ଆକ୍ରମଣରେ କୃଷ୍ଣ ଜେନାଙ୍କ ପରିବାରର ୩ ଜଣ ସଦସ୍ୟ ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

babaa
Leave A Reply

Your email address will not be published.