oum

ମାଟ୍ରିକ ପରୀକ୍ଷା କେନ୍ଦ୍ର ଆଗରେ ଗଣ୍ଡଗୋଳ

jsm

ବଲାଙ୍ଗିର,(କେପିଏନ୍‌ଏସ୍‌) : ପରୀକ୍ଷା କେନ୍ଦ୍ର ସାମ୍ନାରେ ଅବିଭାବକ ଓ ପରୀକ୍ଷାର୍ଥୀ ପିଟାପିଟି । ଏମିତି ଏକ ଘଟଣା ଦେଖିବାକୁ ମିଲିଛି ବଲାଙ୍ଗିର ସହର ହାତୀଶାଳପଡାଠାରେ ଥିବା ଟାଉନ ବଏଜ ହାଇସ୍କୁଲ ସାମ୍ନାରେ । ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ତୁଳସୀନଗର ପୁଲିସ ହାଇସ୍କୁଲର ଛାତ୍ରଛାତ୍ରୀ ଟାଉନ ବଏଜ ହାଇସ୍କୁଲରେ ପରୀକ୍ଷା ଦେଉଛନ୍ତି । ଗତକାଲି ପରୀକ୍ଷା କେନ୍ଦ୍ର ଭିତରେ ତୁଳସୀନଗର ଛାତ୍ରୀ ଏବଂ ହାତୀଶାଳପଡାର ଛାତ୍ରଙ୍କ ଭିତରେ କପି କରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରୀକ୍ଷା ସରିବା ପରେ ଉଭୟ ଛାତ୍ରଛାତ୍ରୀ ନିଜ ନିଜ ଅବିଭାବକମାନଙ୍କୁ ଡାକିଥିଲେ । ତାପରେ ପରୀକ୍ଷା କେନ୍ଦ୍ର ସାମ୍ନାରେ ଛାତ୍ରଛାତ୍ରୀ ଏବଂ ଅବିଭାବକମାନଙ୍କ ଜୋରଦାର ମାଡପିଟ ହୋଇଥିଲା । ପିସିଆର ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥଲା । ଏନେଇ କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.