ଗଣ୍ଡାବଜା ପକ୍ଷରୁ ସମ୍ବର୍ଦ୍ଧନା ପର୍ବ

  • ନବୀନ କୁଅଁର ଓ ଶଙ୍କର ପଧାନ ହେଲେ ସମ୍ବର୍ଦ୍ଧିତ
  • ପ୍ରତିଭା ଥିଲେ ତାକୁ କେହି ରୋକି ପାରିବେ ନାହିଁଁ- ଅମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାର ପୁରସ୍କୃତ କଣ୍ଟଶିଳ୍ପୀ ନବୀନ କୁଅଁର ଓ ବାଦ୍ୟ ଶିଳ୍ପୀ ଶଙ୍କର ପ୍ରଧାନଙ୍କୁ ବଲାଙ୍ଗିର ଗଣ୍ଡାବଜା ପତ୍ରିକା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ପୁର୍ବାଞ୍ଚଳ ସଦା ସର୍ବଦା ଆମ ଅଂଚଳର କଳା ସଂସ୍କୃତି ତଥା କଳାକାରମାନଙ୍କ ଉପରେ କୁଠାରଘାତ କରିଆସୁଛି । ଅଂଚଳରେ ଅନେକ ସାରସ୍ୱତ ସଙ୍ଗୀତ ସାଧକ ଥିବା ସତ୍ୱେ ସେମାନଙ୍କ କଳାର ପ୍ରକୃତ ସମ୍ମାନ କରାଯାଉ ନାହିଁ । ତଥାପି ସାଧକ ପାଖରେ ପ୍ରକୃତ ପ୍ରତିଭା ଥିଲେ ତାକୁ କେହି ରୋକି ପାରିବେ ନାହିଁଁ ବୋଲି ମୁଖ୍ୟ ଅତିଥି ଅମରେନ୍ଦ୍ର ମିଶ୍ର ମତ ବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଅମଲା ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣ୍ଡାବଜା ସଂପାଦକ ତରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ସମ୍ମାନିତ ଅତିଥି ଓ ଗୁରୁ ଡା. ଘାସିରାମ ମିଶ୍ର, ନବୀନ କୁଅଁର ଓ ଶଙ୍କର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ପ୍ରଥମେ ଗୁରୁ ଶ୍ରୀ ମିଶ୍ର ଉଭୟ ଜଶସ୍ୱୀ କଳାକାରଙ୍କୁ ଅଭିନନ୍ଦନ ଜଣାଇବା ପରେ ଏକାଡେମୀର ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ଉଠାଇଥିଲେ । ଯଦ୍ୱାରା ଏହି ଅଂଚଳର କଳା ତଥା କଳାକାର ଅଂଚଳବାଦର ଶିକାର ହୋଇ ମଉଳି ଯାଉଛନ୍ତି । ତେବେ ଏକାଡେମୀ ଓ ଚୟନ ବ୍ୟବସ୍ଥାରେ ସୁଧାର ନଆଣିଲେ ଏହା କଳା ଜଗତ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଥିଲେ । ଶ୍ରୀ ବେହେରା ଉଭୟ କଳାକାରଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ସ୍ୱର୍ଣ୍ଣୀମ ଇତିହାସକୁ ମନେ ପକାଇଥିଲେ । ବାଦ୍ୟ ଶିଳ୍ପୀ ପ୍ରଧାନ ମଞ୍ଚକୁ ଆସି ବାଦ୍ୟ ଶିଳ୍ପୀ ଭାବେ ଏକାଡେମୀ ତାଙ୍କୁ ସମ୍ମାନୀତ କରିଥିବାକୁ ନାପସନ୍ଦ କରିଥିଲେ । ସେ ଜଣେ ସଙ୍ଗିତ ସଂଯୋଜକ ରୂପେ ବେଶ ଜଣାଶୁଣା ଓ ବାଦ୍ୟ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ଏହି ପୁରସ୍କାର ଭିତର କଥା କହୁଛି ବୋଲି ଶ୍ରୀ ପଧାନ ମତବ୍ୟକ୍ତ କରିଥିଲେ । ଶ୍ରୀ କୁଅଁର ତାଙ୍କୁ ଦିଆଯାଇ ଥିବା ପୁରସ୍କାର ଆହୁରି ତପସ୍ୟା କରିବାକୁ ପ୍ରେରଣା ଦେବା ସହ ଅଂଚଳରେ ନୂଆଁ ପ୍ରତିଭା ଗଢିବ ବୋଲି କହିଥିଲେ । ତରଣୀ ସେନ ସୁନା ମଞ୍ଚ ପରିଚଳନା କରିଥିବା ବେଳେ ଶେଷରେ ଗଣାବଜା ସଂପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.