ବଲାଙ୍ଗିର, (କେପିଏନ୍ଏସ୍) : ପୁଷ୍ପୁନି ପଶ୍ଚିମ ଓଡିଶାର ଏକ ନିଆରା ପର୍ବ । ନୂଆଖାଇ ପରି ପୁଷ୍ପୁନି ମଧ୍ୟ ପଶ୍ଚିମ ଓଡିଶାର ଏକ କୃଷିଭିତ୍ତିକ ଗଣପର୍ବ ଅଟେ । ଏହି ଦିନ ଗାଁରୁ ସହର ସବୁଠାରେ ଘରେଘରେ ପିଠାମଣ୍ଡା ଭଳି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରି ଲୋକେ ଏହି ପର୍ବକୁ ଅତି ଉଲ୍ଲାସର ସହିତ ପାଳନ କରିଥାନ୍ତି । ଛୋଟରୁ ବଡ଼ ସମସ୍ତେ ଏହି ଦିନ ବଡିଭୋରରୁ ଉଠି ଘରଘର ବୁଲି ଛେରଛେରା ଡାକି ଧାନ ମାଗିଥାନ୍ତି । ଏହି ଦିନକୁ ଚାଷୀମାନେ ନୂଆବର୍ଷ ରୂପରେ ପାଳନ କରି ଗୋଟିଏ ମାଲିକ ପାଖରୁ ଅନ୍ୟ ମାଲିକ ପାଖକୁ କାମ କରିବା ପାଇଁ ଯାଇଥାନ୍ତି । ସାମୁହିକ ଭାବରେ ଦେଖିବାକୁ ଗଲେ ପୁଷ୍ପୁନି ବା ପୌଷ ପୂର୍ଣ୍ଣିମା ପଶ୍ଚିମ ଓଡିଶାର ଏକ ନିଆରା ଗଣପର୍ବ ଅଟେ ।