• ସାମ୍ବାଦିକମାନଙ୍କୁ ମାର୍ଗଦର୍ଶନ କରୁଥିବା ମାନବୀୟ ମନ, ବିଚାରଶକ୍ତି, ବିବେକ ଏବଂ ଦାୟିତ୍ୱବୋଧକୁ ଏଆଇ କେବେବି ବଦଳାଇ ପାରିବ ନାହିଁ: ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ
• ପାରମ୍ପରିକ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଯଥାକ୍ରମେ ଗତି ଏବଂ ନିୟୋଜନ ଅପେକ୍ଷା ସତ୍ୟତାକୁ ପ୍ରାଥମିକତା ଦିଅନ୍ତୁ : ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ସିଇଓ
• ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଅଂଶଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, (ପିଆଇବି) : ଗୋଟିଏ ଗଣତାନ୍ତ୍ରିକ ଦେଶରେ ପ୍ରେସ୍ ବା ଗଣମାଧ୍ୟମ ହେଉଛି ନାଗରିକଙ୍କ ଆଖି ଏବଂ କାନ । ଆଜି ଆମେ ଜାତୀୟ ପ୍ରେସ୍ ଦିବସ ପାଳନ କରୁଥିବା ସମୟରେଏଆଇ ଯୁଗରେ ବଢ଼ୁଥିବା ଭୁଲ ସୂଚନାର ଭିଡ଼ ମଧ୍ୟରେ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଗଣମାଧ୍ୟମର ବିଶ୍ୱସନୀୟତାକୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥିମାନେ ଏହି ମତ ପ୍ରକାଶ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ –‘‘ବର୍ଦ୍ଧିତ ଭୁଲ ସୂଚନା ମଧ୍ୟରେ ଗଣମାଧ୍ୟମର ବିଶ୍ୱସନୀୟତାକୁ ସୁରକ୍ଷା ଦେବା’’ ଉପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଭାରତୀୟ ପ୍ରେସ କାଉନସିଲ (ପିସିଆଇ)ର ଅଧ୍ୟକ୍ଷା ଅବସର ପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ କହିଛନ୍ତି, ‘‘ଏଆଇ କେବେବି ମାନବ ମନକୁ ବଦଳାଇପାରିବ ନାହିଁ । ପ୍ରତ୍ୟେକ ସାମ୍ବାଦିକଙ୍କୁ ମାର୍ଗଦର୍ଶନ କରୁଥିବା ବିଚାରଶକ୍ତି, ବିବେକ ଏବଂ ଦାୟିତ୍ୱବୋଧକୁ ଏଆଇ କେବେ ବଦଳାଇପାରିବ ନାହିଁ । ତେଣୁ ସେମାନେ ଏହା ସହାୟତାରେ ଭୁଲ ସୂଚନା ପ୍ରସାରଣକୁ ରୋକିବା ଉଚିତ । ମୁଖ୍ୟ ଅଭିଭାଷଣ ରଖି, ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ)ର ସିଇଓ ବିଜୟ ଜୋଶୀ କହିଛନ୍ତି, ଆଜି ଆମେ ସମସ୍ତେ ଏକ ସମାଜ ଭାବରେ ସମ୍ମୁଖୀନ ହେଉଥିବା ‘ଇନଫୋଡେମିକ୍’ର ମୁକାବିଲା ପାଇଁ ସମାଧାନ ଜରୁରୀ । ସେ କହିଥିଲେ, “ପାରମ୍ପରିକ ଗଣମାଧ୍ୟମରେ ଗତି ବଦଳରେସତ୍ୟତା ଓ ସଠିକତା ଏବଂ ଡିଜିଟାଲ୍ ମିଡିଆରେ ଏଆଇ ଆଲଗୋରିଦମ-ଆଧାରିତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରାଯିବା ଉଚିତ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏବଂ ପିସିଆଇର ସଚିବ ଶୁଭା ଗୁପ୍ତା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ଗଣମାଧ୍ୟମ ସ୍ୱାଧୀନତାର ସୁରକ୍ଷା ଏବଂ ଉଚ୍ଚକୋଟୀର ସାମ୍ବାଦିକତା ମାନଦଣ୍ଡ ବଜାୟ ରଖିବା ପାଇଁ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ଦ୍ୱିଗୁଣିତ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ବିଶେଷକରି ଆଜିର ବର୍ଦ୍ଧିତ ଭୁଲ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର ଯୁଗରେସାମ୍ବାଦିକତା ପାଇଁ ସଚ୍ଚୋଟତା, ସତ୍ୟତା ଏବଂ ସଠିକ୍ ସୂଚନା ପ୍ରଦାନ ଲାଗି ପ୍ରତିବଦ୍ଧତା ଆବଶ୍ୟକ । ପିସିଆଇପକ୍ଷରୁ କମିଟି ଏବଂ ତଥ୍ୟ-ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି ଏବଂ ସାମ୍ବାଦିକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଏବଂ ପ୍ରତ୍ୟେକ ତଥ୍ୟ ଯାଞ୍ଚ କରିବାକୁ କୁହାଯାଇଛି ବୋଲି ସେ କହିଥିଲେ । ସେ କଲ୍ୟାଣକାରୀ ଯୋଜନା ଏବଂ ବୀମା ମାଧ୍ୟମରେ ସାମ୍ବାଦିକମାନଙ୍କ ପାଇଁ ଆର୍ଥିକ ସୁରକ୍ଷାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ପିସିଆଇର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଯୁବ ସାମ୍ବାଦିକମାନଙ୍କୁ ନୈତିକ ଅଭ୍ୟାସ ଶିଖିବାରେ ସାହାଯ୍ୟ କରେ । ସେ ଆହୁରି କହିଥିଲେ, ଏଆଇଉପଯୋଗୀ ହୋଇପାରେ, କିନ୍ତୁ ପିସିଆଇଏହାର ଅପବ୍ୟବହାର ରୋକିବା ପ୍ରତି ମଧ୍ୟ ସତର୍କ । ଏହି ଉପକରଣଗୁଡ଼ିକ ଯେତେ ଉନ୍ନତ ହେଲେ ମଧ୍ୟ, ସେମାନେ କେବେବି ମାନବ ମନ, ବିଚାରଶକ୍ତି, ବିବେକ ଏବଂ ଦାୟିତ୍ୱବୋଧ ବଦଳାଇପାରିବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।
ଏଆଇ ଯୁଗରେ ବିଶ୍ୱସନୀୟତା ବଜାୟ ରଖିବା
ପିଟିଆଇର ସିଇଓ ବିଜୟ ଜୋଶୀ କହିଛନ୍ତି ଯେ ଗଣତନ୍ତ୍ରର ନୈତିକ ରକ୍ଷକ ଭାବରେ, ଗଣମାଧ୍ୟମକୁ ଦୃଢ଼ ନୈତିକତା ବଜାୟ ରଖିବାକୁ ପଡିବ । ଦେୟଯୁକ୍ତ ଖବର, ବିଜ୍ଞାପନ ଏବଂ ଚାଞ୍ଚଲ୍ୟକର ଏବଂ ଅତିରଞ୍ଜିତ ସାମ୍ବାଦିକତା ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରିଛି ବୋଲି ସେ ଚେତାବନୀ ଦେଇଥିଲେ । ଡିଜିଟାଲ ବ୍ୟବଧାନରେ ପରିବର୍ତ୍ତନର ଏକ ଗମ୍ଭୀର ପରିଣାମ ହେଉଛି, ପ୍ରାସଙ୍ଗିକତାକୁ ବର୍ତ୍ତମାନ ସଠିକତା ଅପେକ୍ଷା ପ୍ରାଥମିକତା ଦିଆଯାଉଛି, ଯାହା ପକ୍ଷପାତପୂର୍ଣ୍ଣ ସୂଚନାର ଏକ ପ୍ରହେଳିକା ସୃଷ୍ଟି କରୁଛି । ସତ୍ୟ ଏବଂ ଭୁଲ ସୂଚନା କେତେ ଶୀଘ୍ର ଏକ ହୋଇପାରେଏବଂ ଆଜିଏଆଇ ଏହି ବିପଦକୁ ଆହୁରି ତୀବ୍ର କରିଛି ।
ସେ କହିଥିଲେ, ସତ୍ୟର ଯାଞ୍ଚ ସୁନିଶ୍ଚିତ କରିବା ପାଇଁ ସାମ୍ବାଦିକମାନଙ୍କୁ ଏକ ମିଳିତ ଦାୟିତ୍ୱ ନେବାକୁ ପଡିବ । ୯୯ଟି ଖବରକାଗଜ ଦ୍ୱାରା ପ୍ରତିଷ୍ଠିତ ପିଟିଆଇର ସତ୍ୟତା, ସଠିକତା, ନିରପେକ୍ଷତା ଏବଂ ସ୍ୱାଧୀନତାର ପରମ୍ପରା ଉପରେ ସେ ଆଲୋକପାତ କରିଥିଲେ। ସଠିକତାକୁ ସର୍ବଦା ଗତି ଅପେକ୍ଷା ପ୍ରାଥମିକତା ଦିଆଯିବା ଉଚିତଏବଂ ଖବର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିମ୍ବା ଏଜେଣ୍ଡାରୁ ମୁକ୍ତ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ସେ କହିଥିଲେ, ତଥ୍ୟ-ଯାଞ୍ଚ ଭଳି ପଦକ୍ଷେପ ବହୁ-ସ୍ତରୀୟ ଯାଞ୍ଚ ସହିତ ଭୁଲ ତଥ୍ୟ ପ୍ରବାହର ମୁକାବିଲା କରିବାରେ ସାହାଯ୍ୟ କରେ । ବିଶ୍ୱସନୀୟତାକୁ ରକ୍ଷା କରିବା ପାଇଁ, ଆକାଂକ୍ଷୀ ସାମ୍ବାଦିକମାନଙ୍କୁ ନୈତିକତା ଏବଂ ବିଶ୍ଳେଷଣାତ୍ମକ ଚିନ୍ତାଧାରା ବିଷୟରେ ତାଲିମ ଦିଆଯିବା ଆବଶ୍ୟକ। ପ୍ରେସର ସ୍ୱାଧୀନତା ସୂଚନା ଇକୋସିଷ୍ଟମକୁ ପ୍ରଦୂଷିତ କରିବାର ଲାଇସେନ୍ସ ନୁହେଁ ଏବଂ ସାମ୍ବାଦିକତା ବିଶ୍ୱାସ ଉପରେ ଆଧାରିତ ଏକ ସାର୍ବଜନୀନ ସେବା ବୋଲି ଶ୍ରୀ ଜୋଶୀ ସ୍ମରଣ କରାଇ ଦେଇଥିଲେ ।
ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସମ୍ପର୍କରେ
୧୯୬୬ରେ ଅର୍ଦ୍ଧନ୍ୟାୟିକ ସଂସ୍ଥା ରୂପେ ସଂସଦରେ ଏକ ଆଇନ ଅଣାଯାଇ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରାଯାଇଥିଲା । ଏହାକୁ ୧୯୭୯ରେ ପୁନର୍ଗଠିତ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି, ମୁକ୍ତ ଗଣମାଧ୍ୟମ ପାଇଁ ଏକ ଆଭ୍ୟନ୍ତରୀଣ ସ୍ୱ-ନିୟନ୍ତ୍ରକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଯାହାଦ୍ୱାରା ସ୍ୱାଧୀନ ଏବଂ ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ ସୁନିଶ୍ଚିତ ହୋଇପାରିବ । ସେବେଠାରୁ, ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସ୍ୱାଧୀନତାକୁ ସୁରକ୍ଷା ଓ ସଂରକ୍ଷଣ କରିବା ଏବଂ ଦେଶରେ ଖବରକାଗଜ ଓଖବର ସରବରାହ ସଂସ୍ଥାଗୁଡ଼ିକର ମାନ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛି । ବିଧାନସଭା ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ପାଇଁ ଏକ ପରାମର୍ଶଦାତା ସଂସ୍ଥା ଭାବରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।