ବିଜେପି ସାମାଜିକ ଗଣମାଧ୍ୟମ ସଂଯୋଜକ ବୈଠକ : ଚିନ୍ମୟ ପଣ୍ଡା ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲଠାରେ ଭାରତୀୟ ଜନତା ପାର୍ଟିର ସାମାଜିକ ଗଣମାଧ୍ୟମ ସଂଯୋଜକମାନଙ୍କ ଏକ ବୈଠକ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସଂଯୋଜକ ନିଲାଞ୍ଚଳ ଦରୁଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ପଦ୍ମପୁରର ବିଶିଷ୍ଟ ଆଇନଜୀବୀ ଚିନ୍ମୟ ପଣ୍ଡାଙ୍କୁ ବିଜେପି ରାଜ୍ୟ ନେତୃତ୍ଵ ସାମାଜିକ ଗଣମାଧ୍ୟମର ରାଜ୍ୟ ସହ ସଂଯୋଗ ଭାବେ ମନୋନୀତ କରିଥିବାରୁ ଶ୍ରୀ ପଣ୍ଡାଙ୍କୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସମ୍ବର୍ଦ୍ଧିତ କରିଥିଲେ । ସାମାଜିକ ଗଣମାଧ୍ୟମ ଆଜିର ଦିନରେ ରାଜନୀତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏହାକୁ ସଠିକ ଭାବରେ କିଭଳି ବ୍ୟବହାର କରାଯିବ ସେ ବିଷୟରେ ଶ୍ରୀ ପଣ୍ଡା ବିଶଦ ଆଲୋଚନା କରିଥିଲେ । ମୋଦିଜୀଙ୍କ ବାର୍ତ୍ତାକୁ ସାମାଜିକ ଗଣମାଧ୍ୟମ ଜରିଆରେ ଗାଁ ଗାଁରେ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପଣ୍ଡା ସମସ୍ତ ମଣ୍ଡଳ ସଂଯୋଜକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସମସ୍ତ ମଣ୍ଡଳ ସଂଯୋଜକ ସର୍ବଶ୍ରୀ ଅଜିତ ସାହୁ, ଅକ୍ଷୟ ପ୍ରଧାନ, ସଞ୍ଜୟ ସାହୁ, ସୁରେନ୍ଦ୍ର ଭୋଇ, ହୃଷିକେଶ ମାଝୀ, ଆରୁପାନନ୍ଦ ରଣା, ରୁକ୍ମଣ ସେଠ, ସୁଶାନ୍ତ ନାଗ, ସେବକ ମେହେର, ରୋଶନ ପାଣିଗ୍ରାହୀ, ପ୍ରମୋଦ ମେହେର ଯୋଗ ଦେଇଥିଲେ ।

Leave A Reply

Your email address will not be published.