oom

କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ଗଣ ଧାରଣା

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ଗଣ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବ୍ଲକ କଂଗ୍ରେସ ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଶିବ ମନ୍ଦିରଠାରୁ ଶୋଭା ଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ମମିତା ମେହେରଙ୍କୁ ନ୍ୟାୟ ମିଳିବା, ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ ଓ ଗିରଫ କରିବା, ଡିଜେଲ, ପେଟ୍ରୋଲ, ଗ୍ୟାସର ଦର ବୃଦ୍ଧିକୁ ହ୍ରାସ କରିବା ଉପରେ ନାରବାଜି ଦେଇ ଦାବୀ ରଖିଥିଲେ । ଏଥିରେ କଂଗ୍ରେସନେତା ଧର୍ମାନନ୍ଦ କୁମାର, ଦୟା ମାଝୀ, ବବୃ ବାହାନ ଭୋଇ, ପଞ୍ଚାନନ ସାହୁ, ନିଳାମ୍ବର ବେହେରା, ଉତ୍ତମ ଭୋଇ, ବ୍ଲକ ସଂପାଦକ ମଙ୍ଗଳ ମାଝୀ, କଂଗ୍ରେସ କର୍ମୀ ଖଗେଶ୍ୱର ସାହୁ, ବିହାରି ଲାଲ ସାହୁ, ଗୋପୀ ରଣା, ଲାଭି ରଣା, ନନ୍ଦି କିଶୋର ବାଗ, ରମେଶ ପୁଟେଲ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.