oom

ୟୁଟ୍ୟୁବରେ ମୁକ୍ତିଲାଭ କଲା ସମ୍ବଲପୁରୀ ଆଲବମ୍ “ଗାଲ ଗୁଲାବୀ”

jsmm

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ସହର କଳା ଓ ସଂସ୍କୃତିର ଗନ୍ତାଘର ହୋଇଥିବା ବେଳେ ଏଠାକାର କଳାକାର ନାଟକ ହେଉ ବା ସଙ୍ଗୀତ – ନୃତ୍ୟ ହେଉ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଠିକ ସେହିପରି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ କଳା ପ୍ରଦର୍ଶନ କ୍ଷେତ୍ରରେ ଏମାନେ ପଛରେ ନାହାନ୍ତି । ସବୁବେଳେ ନୂଆ କଳାକାରଙ୍କୁ ସୁଯୋଗ ଦେଇଆସିଥିବା ସ୍ଥାନୀୟ ‘ଥିଏଟର ଆର୍ଟିଷ୍ଟ’ ଗ୍ରୁପ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ମ୍ୟୁଜିକ ଆଲବମ “ଗାଲ ଗୁଲାବି” ୟୁଟ୍ୟୁବର ଡିଜିଟାଲ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି । ମାତ୍ର ୪୮ଘଣ୍ଟାରେ ୩୦ହଜାରରୁ ଅଧିକ ଦର୍ଶକ ଏହି ଆଲବମକୁ ଉପଭୋଗ କରିସାରିଥିବା ବେଳେ ବର୍ତ୍ତମାନର ଯୁବପିଢି ଏହାକୁ ଅନେକ ମାତ୍ରାରେ ପସନ୍ଦ କରିଛନ୍ତି । ଏହି ଆଲବମର ମୁଖ୍ୟ ଚରିତ୍ରରେ ମନୀଷ କୁମାର ରଥ ଏବଂ ଜୁବଲୀ ପଣ୍ଡା ଅଭିନୟ କରିଛନ୍ତି । ଗୀତ ରଚନା ପ୍ରେମ ତାଣ୍ଡି ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତରୁଣ ମହାରଣା । କଣ୍ଠଦାନ କରିଛନ୍ତି ସୁବ୍ରତ ଦାଶ ଓ ଜାଗୃତି ମିଶ୍ର । ଆଲବମର ନିର୍ଦ୍ଦେଶନା ପ୍ରିତୀ ମିଶ୍ର ଦେଇଥିବାବେଳେ, ସହାୟତା କରିଛନ୍ତି କ୍ଷମେଶ୍ୱର ବେହେରା, ଏଥି ସହିତ ନୃତ୍ୟ ସଂଯୋଜନା ଦାୟିତ୍ୱ ତୁଳାଇଛନ୍ତି ପିଙ୍କୁ ମହାନନ୍ଦ । ଆଲବମଟି ଦର୍ଶକଙ୍କ ଠାରେ ବେଶ ସ୍ଵୀକୃତି ପାଇବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ପ୍ରକଟ କରାଯାଇଛି ।

jittmm
Leave A Reply

Your email address will not be published.