ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର : ଦୁର୍ଘଟଣା ଘଟାଇ ପୋଲିସ ଡ୍ରାଇଭର ଫେରାର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ବ୍ରହ୍ମପୁର ଆଙ୍କୁଲି ନିଗମ ନଗରର ପ୍ରମୋଦ ନାଇକ ଓ ନିମଖଣ୍ଡି ପେଣ୍ଠର ଶିବ ନାଇକ । ଦୁର୍ଘଟଣା ଘଟାଇ ପୋଲିସ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ, ଝଗଡା ବୋମାମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ନେଇ ଚିକିଟି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ରାମଚନ୍ଦ୍ରପୁର ଗ୍ରାମ ନିକଟରେ ଦୁର୍ଘଟଣା ହୋଇଛି । ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚି ହୋହାଲ୍ଲା କରିଥିଲେ । ଡାକ୍ତରଖାନାରେ ଚିକିଟି ଏସ୍‌ଡ଼ିପିଓ ଓ କେ.ନୂଆଗାଁ ଆଇଆଇସି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଉଭୟ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.