ମାୟାବର୍ହା ହାଇସ୍କୁଲଠାରେ “ଶାନ୍ତି ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ “ଶାନ୍ତି ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କାଉଟ୍ ଜିଲ୍ଲା ତାଲିମ କମିଶନର ତଥା ମେସେଞ୍ଜର ଅଫ ପିସ ସଂଯୋଜକ ଦୀନବନ୍ଧୁ ପ୍ରଧାନ ଏହି ଅବସରରେ ଅନୁଷ୍ଠିତ ସଭାକୁ ସଂଯୋଜନା କରିବା ସହ ବିଶ୍ଵ ଶାନ୍ତି ପାଇଁ ସ୍କାଉଟ ଓ ଗାଇଡ ମାନଙ୍କ ଭୂମିକା ପ୍ରଶଂସନୀୟ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଶିକ୍ଷକ ରାଜୁ ମେହେର ଓ କିରଣ କୁମାର ପଟେଲଙ୍କ ନେତୃତ୍ୱରେ ସ୍କାଉଟମାନେ ଖେଳପଡିଆ ନିକଟରେ ବୃକ୍ଷ ରୋପଣ କରିଥିଲେ । ବୃକ୍ଷରୋପଣରେ ସ୍କାଉଟ ମାନଙ୍କ ମଧ୍ୟରୁ ବିକାଶ, ଶ୍ରୀତମ, ଆୟୁଷ, ଅମିତ୍, ଗୋବର୍ଦ୍ଧନ, ଅଙ୍କେଟ, ଆଦିତ୍ୟ ଭାଗ ନେଇଥିଲେ । ସ୍କାଉଟ ମାଷ୍ଟର ଚିନ୍ମୟ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ସହ ସୁଖଶାନ୍ତିରେ ଜୀବନ ଯାପନ ପାଇଁ ଆବଶ୍ୟକ ବୋଲି ମତ ପ୍ରଦାନ୍ କରିଥିଲେ । କାର୍ଯ୍ୟକ୍ରମରେ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କାଠର, ପୂର୍ବତନ ସ୍କାଉଟ ସମୀର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.