ରାଉରକେଲା : ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଷ୍ଟଲ ଉତ୍ପାଦକ ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ରାଉରକେଲାରେ ଖଣ୍ଡାଧାର ଅଞ୍ଚଳର ସୁଆଦିଆ ଆମ୍ବ ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ । ଏଥିପାଇଁ ସ୍ଥାନୀୟ ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଖୋଲିଛି ‘ଗାଁ ଆମ୍ବ ପସରା’ । ରାଉରକେଲା ମହାନଗର ନିଗମ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି । ମଙ୍ଗଳବାର ଦିନ ଏହି ଷ୍ଟଲକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି ।
ଏହି ଷ୍ଟଲରେ ଗ୍ରାମାଞ୍ଚଳରୁ ଅମଳ ହୋଇଥିବା ଭଳିକି ଭଳି ଆମ୍ବ ରହିଛି । ବର୍ତ୍ତମାନ ଲେଙ୍ଗଡ଼ା ଏବଂ ଦଶେରୀ ଆମ୍ବ ମିଳୁଛି । ୧୮ ତାରିଖ ପର୍ୟ୍ୟନ୍ତ ଏହି ଷ୍ଟଲ୍ ଖୋଲା ରହିବ । ଲକଡାଉନ ନିୟମକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଅପରାହ୍ହ୍ନ ୧ଟା ଯାଏଁ ଷ୍ଟଲ ଖୋଲା ରହିବ। ରାଉରକେଲାବାସୀଙ୍କୁ ସୁଲଭ ମୂଲ୍ୟରେ ସୁଆଦିଆ ଆମ୍ବ ମିଳିବ।
‘‘ରାଉରକେଲା ସହରରେ ରହୁଥିବା ଲୋକଙ୍କୁ ଉଚିତ ଦାମରେ ଭଲ ଆମ୍ବ ଯୋଗାଇ ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ଗୋଟିଏ ଷ୍ଟଲ ଖୋଲାଯାଇଛି । ଲୋକଙ୍କ ଚାହିଦା ବଢ଼ିଲେ ଆଗାମୀ ଦିନରେ ଅଧିକ ଷ୍ଟଲ ଖୋଲିବାର ବ୍ୟବସ୍ଥା କରାଯିବ । ମିଶନ ଶକ୍ତିର ମା’ମାନେ ଏଥିରେ ଯୋଡ଼ି ହୋଇଥିବାରୁ ସେମାନଙ୍କ ସ୍ଥିତି ମଧ୍ୟ ସୁଦୃଢ଼ ହୋଇ ପାରିବ’’, କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା ।