୩ ଦିନିଆ ନକଆଉଟ ଫୁଟବଲ ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୫ ସ୍ଥିତ ସରନା ସ୍ପୋଟିଂ କ୍ଲବ ତରଫରୁ ୧୬ତମ ୩ ଦିନିଆ ନକଆଉଟ ଫୁଟବଲ ପ୍ରତିଯୋଗିତା ୨୦୨୧ ସେକ୍ଟର ୧୫ ଚିପଟାଇପ ମାର୍କେଟ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି । ରାଉରକେଲା ଏସ୍‌ପି ମୁକେଶ ଭାମୁ ମୁଖ୍ୟ ଅତିଥି, ଉପକମିଶନର ସୁଧାଂଶୁ ଭୋଇ ସମ୍ମାନିତ ଅତିଥି ଓ ସେକ୍ଟର ୧୫ ଥାନାଧିକାରୀ ପାର୍ବତୀ ହେମ୍ଭ୍ରମ ଅନ୍ୟତମ ଅତିଥି ରୂପେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଅତିଥିମାନେ ଖେଳ ଦ୍ୱାରା କେବଳ ଶାରୀରିକ ନୁହେଁ ମାନସିକ ସୁସ୍ଥ ରହିବା ସହ ଭାଇଚାରା ବୃଦ୍ଧି ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଓ ୪୦ବର୍ଷରୁ ଅଧିକ ଭେଟେରାନ ଖେଳାଳିଙ୍କୁ ନେଇ ୮ଟି ଦଳ ନକଆଉଟ ଭିତ୍ତିରେ ଫୁଟବଲ ଖେଳିବେ । ପ୍ରତିଯୋଗିତାରେ ବିଜେତା ଦଳକୁ ୨୦ହଜାର ଟଙ୍କା, ଉପବିଜେତା ଦଳକୁ ୧୫ହଜାର ଟଙ୍କା ଓ ଭେଟେରାନ ବିଭାଗରେ ବିଜେତା ଦଳକୁ ୧୦ହଜାର ଓ ଉପବିଜେତା ଦଳକୁ ୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଏହା ସହ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ଖେଳାଳି ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ପ୍ରତିଯୋଗିତା ୧୦ ତାରିଖରୁ ଆରମ୍ଭ ହୋଇ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ଖେଳକୁ ରେଫ୍ରି ଭାବେ ଭାନୁ ବାଉରୀ, ଥବିର ଗରୁଡ, ସୋମୁ ହାସଦା, ସୁଶାନ୍ତ ଧାରଡି ପ୍ରମୁଖ ପରିଚାଳନା କରୁଥିବା ବେଳେ ସରନା ସ୍ପୋଟିଂ କ୍ଲବର ସଭାପତି ଦଶମତ ହେମ୍ଭ୍ରମ, ଉପସଭାପତି ପୀରୁ ହାସଦା, ସଂପାଦକ ଦୁଃଖୀରାମ ହାସଦା ଓ ସହସଂପାଦକ ସଲଖୁ ହେମ୍ଭ୍ରମ, ସୁଧୀର ଜେନା, ଜୟନ୍ତୀ ଦାସ, ଭାଗବତ ହେମ୍ଭ୍ରମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.