ମା’ ବସ୍ତ୍ରେନ ଜିଲ୍ଲାସ୍ତରୀୟ ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣମେଂଟ : ଫାଇନଲରେ ବିଛୁବାହାଲି ଓ କଂଟାବାଂଜି

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ତୁରେକେଲା ବ୍ଲକ ହିଆଁଲ ପଂଚାୟତ ସଦର ଗ୍ରାମରେ ଚାଲିଥିବା ମା’ ବସ୍ତ୍ରେନ ଜିଲ୍ଲା ସ୍ତରୀୟ ନକ୍‌ ଆଉଟ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଆଜି ପ୍ରଥମ ଫାଇନାଲ ମ୍ୟାଚ ବିଛୁବାହାଲି ଓ ଧୁମସୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବିଛୁବାହାଲି ଧୁମସୁକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲକୁ ଉନ୍ନିତ ହୋଇଛି । ପ୍ରଥମ ମ୍ୟାଚରେ ଯୁବ ସମାଜ ସେବୀ ମୟ ବାଗ ମୁଖ୍ୟ ଅତିଥୀ ଭାବେ ଧରିତ୍ରୀ କଂଟାବାଂଜି ପ୍ରତିନିଧି ଗୁରୁଦୟାଲ ହଂସ, ହିଆଁଲ ହାଇସ୍କୁଲ ପରିଚାଳନା ସଭାପତି ନିରଞ୍ଜନ ଗଏନ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଭୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ସେହିପରି ଦ୍ୱିତୀୟ ସେମିଫାଇନାଲ କଂଟାବାଂଜି ଓ ଟିଟିଲାଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଉଭୟ ଦଳ କୌଣସି ଗୋଲ କରି ପାରି ନ ଥିଲେ ଫଳରେ ଟ୍ରାଏ ବେକରରେ କଂଟାବାଂଜି ୩-୨ ଗୋଲରେ ବିଜୟ ହୋଇଛି । ଏହି ଦୁଇଟି ଖେଳକୁ ମୁଖ୍ୟ ଆମ୍ପିୟାର ବିବଛ ମାଝି ଓ ତାଙ୍କ ସାଥୀ ପରିଚାଳନା କରିଥିଲେ । ମା’ ବସ୍ତ୍ରେନ ଫୁଟବଲ କ୍ଲବର ସଭାପତି ଖିତିରାମ ଗଏଁତା, ସଂପାଦକ ତେଜୁରାମ ବେହେରା, ଉପସଭାପତି ରମାକାନ୍ତ ମାଝି, ସଭ୍ୟ କୁମାର ସାହୁ, ସୁଦନ ମାଝି, ନିରଞ୍ଜନ ଗଏଁତା, କମଲ ଗଏଁତା ଓ ହିରା ମାଝି ସହଯୋଗ କରିଛନ୍ତି । ଫାଇନାଲ ମ୍ୟାଚର ବିଜୟୀ ଦଳକୁ ଦଶ ହଜାର ଟଙ୍କା ସହ ଟ୍ରଫି ଓ ରନର ଦଳକୁ ସାତ ହଜାର ଟଙ୍କା ସହ ଟ୍ରଫି ଦିଆଯିବ ବୋଲି କମିଟି ତରଫରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.