oom

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୦ରୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୫୫ ବର୍ଷ ହେଲା ଅର୍ଥାତ୍‌ ୧୯୬୭ ମସିହାରୁ ରାମଜୀ ଯୁବକ ସଂଘ ତରଫରୁ ସଦାଇପାଲିଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇ ଆସୁଅଛି । ଚଳିତ ୫୬ତମ ବାର୍ଷିକ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସାଇଟ୍‌ କଲେଜ ପରିସରରେ ଥିବା ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଅନୁଷ୍ଠିତ ହେବ ବୋଲି ଆଜିକାର ସମ୍ବାଦିକ ସମ୍ମିଳନୀରେ ରାମଜୀ ଯୁବକ ସଂଘର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଟି ଆସନ୍ତା ଡିସେମ୍ବର ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଏଥିରେ ଓଡିଶାର ଚାରୋଟି ଦଳ ଏବଂ ବାହାର ରାଜ୍ୟ ଅର୍ଥାତ ଛତିଶଗଡ, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଖ୍ୟାତନାମା ୪ଟି ଦଳ, ଏପରି ମୋଟ ଆଠଟି ଦଳ ଅଂଶ ଗ୍ରହଣ କରିବେ ବୋଲି ପ୍ରକ୍ରିୟା ଚାଲିଛି । ଅଳ୍ପଦିନ ମଧ୍ୟରେ ଖେଳସୂଚୀ ପ୍ରକାଶ ପାଇବ । ଟୁର୍ଣ୍ଣାମେଣ୍ଟପାଇଁ ସର୍ବଭାରତୀୟ ଫୁଟବଲ ଫେଡେରେସନ୍‌ ତଥା ଫୁଟବଲ ଏସୋସିଏସନ୍‌ ଓଡିଶାର ସ୍ୱିକୃତି ପତ୍ର ମିଳିସାରିଛି । ଖେଳକୁ ପରିଚାଳନା କରିବା ପାଇଁ ଇତି ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ବୈଠକରେ ଓଡିଶା ଫୁଟବଲ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର, ଜିଲ୍ଲା କ୍ରୀଡାସଂଘ ର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ସତପଥି, ପଦ୍ମଚରଣ ଆଚାର୍ଯ୍ୟ, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ହେମନ୍ତ ବେହେରା, ପ୍ରଭାତ କୁମାର ମିଶ୍ର, ଶରତ ନନ୍ଦ, ଜୟରାମ ମିଶ୍ର, ଚଗଲା ପରିଛା, ଶଶିଶେଖର ପଣ୍ଡା, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ ପାତ୍ର ତଥା ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ ଆଦି କାଯ୍ୟକର୍ତ୍ତା ନିଜନିଜ ସୁଚିନ୍ତିତ ମତାମତ ଦେଇଥିଲେ । ପରେ ବିଭିନ୍ନ କମିଟି ମାନ ଗଠନ କରାଯାଇ କାର୍ଯ୍ୟବଣ୍ଟନ କରାଯାଇଥିଲା । ମାନ୍ୟତା ପ୍ରାପ୍ତ ରେଫରି ଖେଳ ଗୁଡିକ ପରିଚାଳନା କରିବେ । ସଭାପ୍ରାରମ୍ଭରୁ ସାଇଟ୍‌ କଲେଜ ଅଧ୍ୟକ୍ଷ୍ୟା ନମିତା ପଟେଲ ସ୍ୱାଗତ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ବ୍ରହ୍ମା ଧନ୍ୟବାଦ ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

jittmm
Leave A Reply

Your email address will not be published.