ଭାଲୁ ଖେଳୁଛି ଫୁଟ୍‌ବଲ୍‌

ଉମରକୋଟ, (ଜଗନ୍ନାଥ ବିଷୋୟୀ) : ସର୍କସରେ ହିଂସ୍ର ଜନ୍ତୁଙ୍କୁ ଖେଳୁ ଥିବାର ସମସ୍ତେ ଦେଖିଥିବେ ତାହା ପୁଣି ଜଣେ ରିଙ୍ଗ ମାଷ୍ଟରଙ୍କ ପରିଚାଳନାରେ । କିନ୍ତୁ ଜଙ୍ଗଲରେ ହିଂସ୍ର ଜନ୍ତୁ ଖେଳୁଥିବା ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ, କିନ୍ତୁ ଏହା ସତ୍ୟ ଘଟଣା । ଏମିତି ଦୁଇଟି ଜଂଗଲୀ ଭାଲୁ ଫୁଟ୍‌ବଲ୍ ଖେଳୁଥିବାର ଦେଖିବାକୁ ମିଳିଛି । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସୁକିଗାଁରେ ଯାହାର ବିଡ଼ିଓ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଘଟଣା ଅନୁସାରେ ସୁଖୀ ଗାଁର କିଛି ପିଲା ଗାଁ ପଡିଆରେ ଫୁଟ୍‌ବଲ୍ ଖେଳୁଥିଲେ ଓ ପଡିଆ ନିକଟରେ ଥିବା ଜଙ୍ଗଲରୁ ଏହି ସମୟରେ ଦୁଇଟି ଭାଲୁ ପିଲାଙ୍କ ନିକଟକୁ ଆସିଥିଲେ । ପିଲାମାନେ ଭୟରେ ପଡିଆ ଛାଡି ଚାଲି ଯାଇଥିଲେ, କିନ୍ତୁ ବଲଟି ଛାଡି ଦେଇଥିଲେ ମା’ ଭାଲୁ ଓ ଛୁଆ ଭାଲୁ ଫୁଟବଲ୍‌କୁ ନେଇ କିଛି ସମୟ ଖେଳିଥିଲେ । ପରେ ବଲ୍‌କୁ ନେଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ପିଲାମାନେ ଭାଲୁ ଦୁଇଟିଙ୍କର କିଛି କ୍ଷତି କରି ନାହାଁନ୍ତି କି ଭାଲୁ ଦୁଇଟି ମଧ୍ୟ କାହାର କିଛି କ୍ଷତି କରି ନାହାଁନ୍ତି ।

Leave A Reply

Your email address will not be published.