ତୃତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

  • ଡଙ୍ଗୁରିପଡା, କାଲିଘନା ଓ କାଲସାଏପାଲିକୁ ହରାଇ ଲୋଇସିଂହା ସେମିଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ୍‌ ଏସୋସିଏସନ୍‌ କାଲସାଏପାଲି ଅନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକୀ ପ୍ରତିଯୋଗିତା ତୃତୀୟ ଦିନ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଡୁଙ୍ଗୁରିପଡାକୁ ଲୋଇସିଂହା ୨-୦ରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ କାଲିଭନାକୁ କାଲସାଏପାଲି ୧-୦ ଗୋଲରେ ପରାସ୍ତ କରିଥିଲା ଏବଂ ତୃତୀୟ ମ୍ୟାଚ କାଲସାଏପାଲିକୁ ଲୋଇସିଂହା ୨-୦ ଗୋଲରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ, ଯୁବ ସମାଜସେବୀ ସୋମନାଥ ମିଶ୍ର, ଦୀପକ ବରିହା ଉପସ୍ଥିତ ଥିଲେ । ମ୍ୟାଚରେ ଖଲିଉର ରହେମାନ, ରାଜେନ୍ଦ୍ର ଧରୁଆ, ସଞ୍ଜିବ ମହାରଣା, ପ୍ରଫୁଲ୍ଲ ବଗର୍ତ୍ତି, ବିକି ବିଶ୍ୱାଳ, ଶ୍ରାବଣ ବାଗ, ସୁଦର୍ଶନ ସେଟ୍ ଓ ମ୍ୟାଚ କମିସନର ଭାବରେ ସୁନିଲ ବିଶ୍ୱାଲ ଖେଳ ପରିଚାଳନା କରିଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ ବଣ୍ଟି ଧରୁଆ, ନିରଞ୍ଜନ ବନଛୋର, ନାରାୟଣ ଧରୁଆ । ବିନୋଦ କାଲସାଏ, ସଂଗ୍ରାମ ବହିଦାର, ଭୂପେନ୍ଦ୍ର ସିଂ, ଦେବାଶିଷ କାଲସାଏ, ଶଙ୍କର ଦୀପ, ସୁଦାମ କାଲସାଏ, ମହାଦେବ କାଲସାଏ, ରାହାସ କାଲସାଏ, ଲାଲ ମଣି କାଲସାଏ, ଚକ୍ରରାଜ କାଲସାଏ, ଶ୍ରୀକାନ୍ତ କାଲସାଏ, ଶ୍ରୀକର କାଲସାଏ, ବୁନୁ ତାଣ୍ଡି, କାମଦେବ ଷାଣ୍ଡ, ଅଜିତ କାଲସାଏ ଓ ଜନ କଲ୍ୟାଣ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!