କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ : ଦ୍ୱିତୀୟ ଦିବସରେ ସ୍ପୋର୍ଟ୍ସ ହଷ୍ଟେଲ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଙ୍କ ମିଳିତ ଆନୁକୂଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ ପ୍ରଥମ ମ୍ୟାଚରେ କାଲସାଏ ପାଲି ଟ୍ରାଇବ୍ରେକର ୪-୨ ଗୋଲରେ ଡୁଙ୍ଗୁରିପଡ଼ା ବଲାଙ୍ଗିରକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୁର୍ବତନ ଫୁଟ୍‌ବଲ୍‌ ଖେଳାଳୀ ଚଗଲା ପରିଚ୍ଛା ଓ କ୍ରୀଡାବିତ ମନୋଜ କୁମାର ମିଶ୍ର ଯୋଗଦେଇ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡ. ସିଦ୍ଧେଶ୍ଵର ମିଶ୍ର ଓ ପୁର୍ବତନ ଖେଳାଳୀ ଶରତ ନନ୍ଦ ମଂଚାସୀନ ଥିଲେ । ଖେଳକୁ ରେଫରୀ ଭାବରେ ସଂଜିବ ମହାରଣା, ପ୍ରଫୁଲ୍ଲ ବଗର୍ତ୍ତୀ, ସୁଶାନ୍ତ ନାଗ ଓ ଦେବାଶିଷ ବାଗ ପରିଚାଳନା କରିଥିଲେ । ଦ୍ୱିତୀୟ ମ୍ୟାଚରେ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ୨-୦ ଗୋଲରେ କାଲସାଏପାଲିକୁ ହରାଇ ସେମିଫାଇନାଲକୁ ଉନ୍ନତି ହୋଇଛି । ଅତିଥି ଭାବରେ ସୁପ୍ରିମ ଟାକ୍ସ ନିର୍ଦ୍ଦେଶକ ଅଜିତ କୁମାର ପାଲ ଓ ସହନିର୍ଦ୍ଦେଶକ ପ୍ରବିଣ ନାଗ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ଦେବାଶିଷ ବାଗ, ସଂଜିବ ମହାରଣା, ସୁଶାନ୍ତ ନାଗ ଓ ପ୍ରଫୁଲ୍ଲ ବଗର୍ତ୍ତୀ ପରିଚାଳନା କରିଥିଲେ । ଫୁଟବଲ କୋଚ୍‌ ପରାସର ବାଗ, ସଭାପତି ନାରାୟଣ ବିଶ୍ୱାଳ, ସମ୍ପାଦକ ଅଭିମନ୍ୟୁ ପାଣ୍ଡେ, ସୁକଦେବ ସାହୁ, ସୁର୍ଯ୍ୟମଣି ସୁନା, ଚିତ୍ତରଂଜନ ବିଶ୍ୱାଲ, ମନୋରଂଜନ ବିଶ୍ୱାଲ, ତସା ନାଗ, କହ୍ନେଇ ଗଡତ୍ୟା, ନିଲାଞ୍ଚଳ ପ୍ରଧାନ, ରାମଚନ୍ଦ୍ର ବିଶ୍ୱାଲ, ମିଥୁନ ଭୁକ୍ତା, ଦନାର୍ଦନ ପାଣ୍ଡେ, ପ୍ରସାନ୍ତ ପ୍ରଧାନ, ହେମସାଗର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ଶନିବାର ଦିନ ପ୍ରଥମ ମ୍ୟାଚ ଖଲିଆପାଲି ବନାମ ଅମାମୁଣ୍ଡା ଓ ଦ୍ୱିତୀୟ ମ୍ୟାଚ ପ୍ରଥମ ମ୍ୟାଚର ବିଜେତା ବନାମ ୟୁଥ କ୍ଳବ ବଲାଙ୍ଗିର ମଧ୍ୟରେ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ ।

jittmm
Leave A Reply

Your email address will not be published.