oom

ଢୁଲୁସର ଦ୍ୱିତୀୟ ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଘାଟିତ

jsmm
  • ଏନ୍‌ଏସ୍‌ ସ୍ପୋର୍ଟିଂକୁ ହରାଇ ନକଟାସର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଢୁଲୁସର ଖେଳପଡିଆଠାରେ ଦ୍ୱିତୀୟ ବାର୍ଷିକ ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ୍‌ ଅନୁଷ୍ଠିତ ହୋଇଯାଇଛି । ଜିୱାଇଡିସି ନକଟାସର ୩ – ୦ ଗୋଲରେ ଏନ୍‌ଏସ୍‌ ସ୍ପୋର୍ଟିଂ ବଲାଙ୍ଗିରକୁ ହରାଇ ବିଜୟୀ ହୋଇଛି । ମୁଖ୍ୟ ଅତିଥିଭାବରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ଯୋଗଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଥିଲେ । ପୁର୍ବତନ ଖେଳାଳୀ ଲୋକନାଥ କୁମୁରା ଓ ଶ୍ରୀବତ୍ସ କୁମୁରା ସମ୍ମାନୀତ ଅତିଥିଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱର୍ଗତ ବିନୋଦ କୁମୁରାଙ୍କ ବାପା ରାମ କୁମାର କୁମୁରା ଓ ଟୁର୍ଣ୍ଣାମେଣ୍ଟ୍‌ କମିଟିର ଅଧକ୍ଷ୍ୟ ଶରତ କୁମାର ନନ୍ଦ ମଞ୍ଚାସୀନ ଥିଲେ । ଖେଳକୁ ଦେବାଶିଷ ବାଗ, ସୁଦର୍ଶନ ସେଠ, ଜଳନ୍ଧର ସାହୁ ଓ ଜ୍ୟୋତି ମହାନନ୍ଦ ପରିଚାଳନା କରିଥିଲେ । ଦେବରାଜ ନାହକ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ରାଜେଶ୍ୱର କୁମୁରା, ସଚିନ୍ଦ୍ର ମଲ୍ଲିକ, ନବ ବେହେରା, କୃପାସିନ୍ଧୁ ସାହୁ, କରନ ଦଣ୍ଡସେନା, ପିଣ୍ଟୁ କଅଁର, ଲମ୍ବୋଦର ମାଝୀ, ଦଳଗଞ୍ଜନ ମହାଲିଙ୍ଗ, ଦିଲିପ ମଲ୍ଲିକ, ବାଳକୃଷ୍ଣ କୁମୁରା, ଡମ୍ବରୁ ମହାଲିଙ୍ଗ, ପ୍ରଶାନ୍ତ ମହାଲିଙ୍ଗ, ଦିନେଶ ମରପାଚେ, ଭାଗିରଥି କଅଁର ପ୍ରମୁଖ ସହଯୋଗ କରିଥିଲେ । ୨୭ ତାରିଖ ସୋମବାର ଦିନ ଢୁଲୁସର ଜେଏଫ୍‌ଏ ବନାମ କଣ୍ଟାବାଞ୍ଜି କୋଷ୍ଟାଲ ଇଲେଭେନ ମଧ୍ୟରେ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ୍‌ ଅଧକ୍ଷ୍ୟ ଶରତ କୁମାର ନନ୍ଦ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.