ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ୍ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସରେ ଜେକେୱାଇଏସ୍ କାଲସାଏପାଲି ୨-୧ ଗୋଲରେ ସମଲେଶ୍ୱରୀ କ୍ଲବ ବଲାଙ୍ଗିରକୁ ହରାଇ ବିଜୟୀ ହୋଇଛି । ସୁପ୍ରିମଟାକ୍ସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କ୍ରୀଡାବିତ୍ ଅଜିତ ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସୁପ୍ରିମଟାକ୍ସ ଉପଦେଷ୍ଟା ତଥା କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, ସୁପ୍ରିମଟାକ୍ସ ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ କୁମାର ନାଗ, ମନୁମୁଣ୍ଡା ରେଞ୍ଜର ତଥା ପୂର୍ବତନ ଖେଳାଳି ଶ୍ରୀବତ୍ସ କୁମୁରା ଓ ଢୁଲୁସର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରୀୟା ପଟେଲ ଯୋଗ ଦେଇଥିଲେ । ଶଶିକଳା କୁମୁରା, ଲଳିତା ସାହୁ, ମମତା ମଲ୍ଲିକ, କାଦମ୍ବନୀ ମିଶ୍ର, କସ୍ମିରା ନାୟକ ପ୍ରମୁଖ ମଂଚାସୀନ ଥିଲେ । ରେଫରି ଭାବେ ଖେଳକୁ ଦେବାଶିଷ ବାଗ, ସଞ୍ଜିବ ମହାରଣା, ମଣ୍ଟୁ ବେହେରା ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ଆଜିର ଶ୍ରେଷ୍ଠ ଖେଳାଳି ଭାବେ କାଲସାଏପାଲିର ନିରଞ୍ଜନ ବନଛୋରଙ୍କୁ ମୁଖ୍ୟ ଅତିଥି ଶ୍ରୀ ପାଲ ପୁରସ୍କୃତ କରିଥିଲେ । ପୂର୍ବତନ ଖେଳାଳି ଲୋକନାଥ କୁମୁରା, ରାମ କୁମାର କୁମୁରା, ବିଜୟ କୁମାର ନାହାକ, ରାଜ କୁମାର ପ୍ରଧାନ, ପ୍ରଶାନ୍ତ ମହାଲିଙ୍ଗ, ଲମ୍ବୋଦର ମାଝି, କରନ ଦଣ୍ଡସେନା, ଦଳଗଞ୍ଜନ ମହାଲିଙ୍ଗ, ପ୍ରଦୀପ ଧରୁଆ ପ୍ରମୁଖ ସହଯୋଗ କରିଥିଲେ । ୧୭ ତାରିଖ ଶୁକ୍ରବାର ବିଏନ୍ ଏଏ ଜରାସିଂହା ବନାମ ପ୍ରୋଗେସିଭ୍ କ୍ଲବ ବଲାଙ୍ଗିର ମଧ୍ୟରେ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ସୂଚନା ଦେଇଛନ୍ତି ।