oom

ଗଜଲକ୍ଷ୍ମୀ ପୂଜା କମିଟି ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ଛକ ଗଜଲକ୍ଷ୍ମୀ ପୂଜା କମିଟି, ଓ ମୂରଳିକ୍ରୀଷ୍ଣା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସୋମବାର ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଏଥିରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରର ଉଦ୍‌ଘାଟନ କରିଥିଲେ । ବିକାଶ ମଲ୍ଟି ହସ୍ପିଟାଲ ବରଗଡର ମେଡିସିନ, ସର୍ଜରୀ, ଫିଜିଓଥେରାପି, ଡେଣ୍ଟାଲ ଓ ଚକ୍ଷୁ ବିଭାଗର ବିଶେଷଜ୍ଞ ଡ଼ାକ୍ତରମାନେ ଆସି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସକାଳ ୯ ଟାରୁ ପୂର୍ବାହ୍ନ ୩ ଟା ପର୍ଯ୍ୟନ୍ତ ଏହି ଶିବିରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ଅଂଚଳରୁ ମୋଟ ୭୫୮ ଜଣ ବ୍ୟକ୍ତି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉକ୍ତ ଶିବିରରେ ମାଗଣା ଔଷଧ ସହିତ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ୨୯ ଜଣଙ୍କୁ ଲାୟନ୍ସ ଆଇ ହସ୍ପିଟାଲ ବରଗଡକୁ ଅସ୍ତ୍ରୋପଚାର ପାଇଁ ପଠାଯାଇଥିବା ଜଣାଯାଇଛି । ସେମାନଙ୍କ ଯିବା ଆସିବା, ସେଠାରେ ରହିବା, ଖାଇବା ଓ ଆଖି ଅପରେସନ ବ୍ୟବସ୍ଥା ସବୁ ମାଗଣା କରାଯାଇଥିବା ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି । ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଗୁରୁଚରଣ ଧିର୍, ରାଜକିଶୋର ମିଶ୍ର, ପ୍ରୀତିରଞ୍ଜନ ସାହୁ, ଅରବିନ୍ଦ ସାହୁ, ବିରେନ ପ୍ରଧାନ, ରଞ୍ଜନ ବେହେରା, ସରୋଜ ବିଶ୍ୱାଳ, କୁନା ବାରିକ, ଅଜିତ ସାହୁ, ଶମ୍ଭୁ ପ୍ରଧାନ, ବୁଦ୍ଧ ପଧାନ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.