ନୂତନ ଲେବେଲ-୫ ଫୁଟ୍‌ବଲ ରେଫରୀ ପରୀକ୍ଷା ଶିବିର ଉଦ୍‌ଯାପିତ : ଭାଗ ନେଇଥିଲେ ୧୫୮ ପରିକ୍ଷାର୍ଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଗତ ୧୯ ତାରିଖରେ ଉଦ୍‌ଘାଟିତ ଲେବେଲ-୫ ଫୁଟ୍‌ବଲ ରେଫରୀ ପରୀକ୍ଷା ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ଫୁଟବଲ ଏସୋସିଏସନ ଓଡିଶା (ଫାଓ) ଏବଂ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଫାଓ ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ଓଡିଶା ରେଫରୀ ମୁଖ୍ୟ ଦୁର୍ଗାମାଧବ ନାଏକ, ରେଫରୀ ପ୍ରଶିକ୍ଷକ ସୁଶାନ୍ତ ମହାନ୍ତିଙ୍କ ଦ୍ୱାରା ପରିଚାଳିତ ଏହି ଶିବିରରେ ସହଯୋଗ କରିଥିଲେ ସୁଜିତ ପାତ୍ର, ସୁରେଶ ଦାସ, ଜ୍ୟୋତିି ରଂଜନ ସ୍ୱାଇଁ, ଦିଲିପ ରାଉତ, ଶରତ ନନ୍ଦ, ନରସିଂହ ସ୍ୱାମୀ ନାଇଡୁ, ସୁନିଲ ବିଶ୍ୱାଲ ଓ ଦେବାଶିଷ ବାଗ । ଏହି ପରୀକ୍ଷାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ୧୩ ଛାତ୍ରୀ ଓ ୧୪୫ ଜଣ ଛାତ୍ରଙ୍କ ଶାରିରୀକ ଦକ୍ଷତା ଓ ଥିୟୋରି ଟେଷ୍ଟ କରାଯାଇଥିଲା । ଏଥିରେ କୃତକାର୍ଯ୍ୟ ଅଂଶ ଗ୍ରହଣକାରୀ ଓଡିଶା ଲେବେଲ-୫ ରେଫରୀ ଭାବରେ ଗୃହୀତ ହେବେ । ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପ୍ରହ୍ଳାଦ ଶତପଥୀ, ଯୁଗ୍ମ ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ପ୍ରଭାତ ମିଶ୍ର, ଜିଲ୍ଲା କ୍ରିଡାଅଧିକାରୀ ରାଜେନ୍ଦ୍ର ବଢ଼ାଇ, ଜିଲ୍ଲା ଶାରିରୀକ ଶିକ୍ଷା ନିରିକ୍ଷକ ଜ୍ୟୋତି ପ୍ରକାଶ ପରିଡା ତଥା ସଂସଦର ବରିଷ୍ଠ ସଭ୍ୟ ଓ ପୁର୍ବତନ ଖେଳାଳୀ ବିକ୍ରମାନନ୍ଦ ବହିଦାର, ମଧୁସୁଦନ ବାବୁ, ରମେଶ ଚନ୍ଦ୍ର ପୁରୋହିତ, ଶାନ୍ତନୁ କୁମାର ସାହୁ, ରମାକାନ୍ତ ସେଠ, ପ୍ରଫୁଲ୍ଲ ବେହେରା, ଆନନ୍ଦିନି ଦର୍ଜୀ, କସ୍ତୁରୀ ରଥ, ଭାବଗ୍ରାହୀ ରଥ, ଜୟରାମ ମିଶ୍ର, ଶିଶିର ବହିଦାର, ସୁଧିର ଚନ୍ଦ୍ର ପଣ୍ଡା, ଶତୃଘ୍ନ ସିଂ, ପ୍ରଦ୍ୟୁମ୍ନ ମିଶ୍ର, ପ୍ରଦୀପ ବିଶ୍ୱାଳ, ରବୀନ୍ଦ୍ର ମିଶ୍ର, ଗୌର ପ୍ରଧାନ, ବିଭୁତି ପଣ୍ଡା, ଡ. ସିଦେ୍ଧଶ୍ୱର ମିଶ୍ର, ହେମନ୍ତ ବେହେରା, ନିଶାରକାନ୍ତ ନାଗ, ଦିଲିପ ବେହେରା, ସୁନ୍ଦର ମଣି ଦଣ୍ଡସେନା, ବଟୁ ସିଂ, ସଂଗ୍ରାମ ବହିଦାର, ସୁଧାଂଶୁ ସେଠ୍‌, ଚେତନାନନ୍ଦ ପଣ୍ଡା, ନରେଶ ଅଗ୍ରୱାଲ ପ୍ରମୁଖଙ୍କ ଉପସ୍ଥିତିରେ ପରୀକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.