oom

ଏକାଦଶାହ ଅବସରରେ ଶୋକସଭା

jsmm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୂର୍ବତନ ବରିଷ୍ଠ ଶିକ୍ଷକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେରବୋଇର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ଶୋକସଭା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ବୋଳକଣା ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସଭାପତି‌ତ୍ୱ କରିଥିଲେ ସନ୍ତୋଷ କୁମାର ମହାନ୍ତି । ଉପସ୍ଥିତ ଥିଲେ ନିଖିଳ ଉତ୍କଳପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର ସଭାପତି ମିଟୁ କିଶୋର ପ୍ରଧାନ, ଶିକ୍ଷକ ନୀରଞନ ସାହୁ, ଦିଗମ୍ବର ରଥ, ଗୋଲକ ବିହାରୀ ବରାଳ, ଅମିନ ବିଶ୍ଵାଳ, ଉମେଶ ଚନ୍ଦ୍ର ମହାନ୍ତି, ଛାଟୋଇ ମୋତିଲାଲ ରାୟ, ପ୍ରଦୀପ କୁମାର ସେଠୀ, ପୂର୍ବତନ ଡେ଼ଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ସଚିଦାନନ୍ଦ ପ୍ରଧାନ, ଶିକ୍ଷକ ପଦ୍ମ ଚରଣ ଜେନା, ସୁଶିଲ କାନ୍ତ ରାଉତ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କଣାସଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ବକ୍ତାମାନେ ପ୍ରଧାନଙ୍କ ଗୁଣଗାନ କରିବା ସହିତ ମାଲ୍ୟାର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସର୍ବ ଶେଷରେ ନୀରଞନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.