ଦଳିତ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ରାଣୀକଟା ଗାଁର କିଛି ଦଳିତ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉମରିଆ ଗାଁର ରଘୁନାଥ ଗୁରାଣ୍ଡି ବନ୍ଧ ମାଟି କାମ କରି ଅଧିକ ପାଣି ରଖିଥିବାରୁ ଉପର ମୁଣ୍ଡରେ ଥିବା ଚାଷୀଙ୍କ ଜମି ପାଣିରେ ବୁଡି ଯାଉଥିବାରୁ ଚାଷ କାମ କରିପାରୁନାହାନ୍ତି । ଚାଷୀ ସୁରେଶ ନାଗ, ସୁରଥ ନାଗ, ରମାକାନ୍ତ ନାଗ, ରଜନୀକାନ୍ତ ନାଗ, ତାରାକାନ୍ତ ନାଗ ଦଶ ବର୍ଷ ହେବ ନିଜ ଜମିରେ ଚାଷ କରିପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ, ପୁଇଁନ୍ତଲା ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରିଛନ୍ତି । ଭୀମ ଆର୍ମି ନେତୃତ୍ୱରେ ରଜନୀକାନ୍ତ ନାଗ ଓ ତାଙ୍କ ଭାଇମାନେ ଜିଲ୍ଲାପାଳ ଓ ବିଡିଓଙ୍କୁ ଏସମ୍ବନ୍ଧୀୟ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ୧୫ ଦିନ ପରେ ଭୀମ ଆର୍ମି ଆନ୍ଦୋଳନ କରିବ ବୋଲି ରାଜ୍ୟ ସଭାପତି ଲଙ୍କେଶ୍ୱର ରାବଣ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.