oom

ଶ୍ରମିକଙ୍କ ପେଟରେ ଲାତ : ବେଧଡ଼କ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକରେ ପିଛା ଛାଡୁନି ଦୁର୍ନୀତି । ଏଠାକାର ଲୋକ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟି । ମାତ୍ର କରୋନାର ପ୍ରକୋପ ଆରମ୍ଭ ହେବା ଦିନ ଠାରୁ କାମ ନାହିଁ । ହାତ ବାନ୍ଧି ବସିଛନ୍ତି ବ୍ଲକର ହଜାର ହଜାର ଶ୍ରମିକ । ହେଲେ ସରକାର କହୁଛନ୍ତି ମନରେଗା ଯୋଜନାରେ ଗାଁ ଗାଁରେ ଚାଲିଛି କାମ । ବାସ୍ତବରେ ଲୋକଙ୍କ ପାଖରେ ଅପହଞ୍ଚ ହୋଇ ରହିଯାଉଛି ସରକାରୀ ଯୋଜନା । ମେସିନ ମାଧ୍ୟମରେ କୋଟି କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ କରି ଟଙ୍କା ହଡପ୍‌ କରିଥିବା ଚିତ୍ର ସାମ୍ନାକୁ ଆସିଥିଲେ ମଧ୍ୟ ଆଜି ବି ମେସିନକୁ ନିୟୋଜିତ କରି ଟଙ୍କା ହଡପ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମଣ୍ଡା ବ୍ଲକ୍ ପୌରକେଲା ଗ୍ରାମ ପଞ୍ଚାୟତରେ ଥିବା କୁନ୍ଦେଇପାଲି ଗ୍ରାମର ଭୁଆସେନ ଭାଗରେ ୭ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ଆଡି ବନ୍ଧ ଯୋଜନାରେ ବେଧଡ଼କ ଭାବରେ ଶ୍ରମିକମାନଙ୍କ ଅଧିକାରକୁ ବେଖାତିର କରି ଦିନ ଦ୍ୱିପହରରେ ଚାଲିଛି ଠିକାଦାର ରାଜ ବୋଲି ଅଭିଯୋଗ ହେଉଛି ।
ତେବେ ସରକାରୀ ଆକଳନ ତଥ୍ୟ ଅନୁସାରେ କାର୍ଯ୍ୟ ସଂଖ୍ୟା ୨୪୧୦୦୫/ଡଉ/୧୦୪୫୯୪୯୬ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରାୟ ୭ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଚାଲିଛି ଏହି ଆଡିବନ୍ଧ ନିର୍ମାଣ କାମ ଓ ଏହାର ଅନୁମୋଦନ କରିଥିଲେ ଜିଲ୍ଲା ପ୍ରଶାସନ । କିନ୍ତୁ ଶ୍ରମିକମାନଙ୍କ ଦ୍ୱାରା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିୟମ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାରମାନଙ୍କ ମଧୁଚନ୍ଦ୍ରିକାରେ ମନରେଗା କାମକୁ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ୱାରା କାମ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ସାଧାରଣ ଲୋକଙ୍କ ଆଖିରେ କଲା ପଟି ବାନ୍ଧି ବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କା କିପରି ଆତ୍ମସାତ କରିବେ ତାହାର ନକ୍ସା ପ୍ରସ୍ତୁତ କରିଛନ୍ତି ବୋଲି ସ୍ଥାନୀୟ ଶ୍ରମିକମାନେ କହୁଛନ୍ତି । ଏହି ଅଂଚଳର ଲୋକେ ଚାଷ କାମ ପାଇଁ ଉତେଇ ଜଳ ସେଚନ ପ୍ରକଳ୍ପ ଉପରେ ନିର୍ଭରଶୀଳ କିନ୍ତୁ ଏହି ବର୍ଷା ପାଣି ଅଭାବ ଯୋଗୁ ଏହି ଅଂଚଳରେ ମରୁଡିର ପଦ ଧ୍ୱନି ଓ ସରକାର ପ୍ରଣୟନ କରିଥିବା ମନରେଗା ଯୋଜନା ମାଧ୍ୟମରେ କାମ କରି ନିଜର ପରିବାର ପ୍ରତି ପୋଷଣ କରିବା ପାଇଁ ଆଶା ରଖିଥିଲେ କିନ୍ତୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପୋଷା ନୀତି ଯୋଗୁଁ ତାହାବି ହୋଇ ପାରୁନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି । ଯଦି ବ୍ଲକ ଓ ଜିଲ୍ଲା ପ୍ରଶାସନ ଏହି ନିରୀହ ଗରିବ ଖଟିଖିଆ ଲୋକଙ୍କ ପାଇଁ ହୋଇଥିବା ମନରେଗା ଯୋଜନା ଶ୍ରମିକ ଦ୍ୱାରା ସଂପୂର୍ଣ୍ଣ ହୋଇପାରନ୍ତା ତା’ହେଲେ ଅନେକ ଶ୍ରମିକ ଉପକୃତ ହୋଇପାରିବେ ବୋଲି ଅଂଚଳର ଲୋକେ ଆଶା ବାନ୍ଧିଛନ୍ତି ।

jittmm
Leave A Reply

Your email address will not be published.