om academy

ଆହ୍ଲାବାଦ ବ୍ୟାଙ୍କ ରାସ୍ତା ପାଲଟିଛି ଦୁର୍ଘଟଣା ଜୋନ

jsm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଗୋଟିଏ ବ୍ୟବସାୟ ସହର ହୋଇଥିବାରୁ ପ୍ରତିଦିନ ପ୍ରବଳ ଜନ ସମାଗମ ହୋଇଥାଏ । ପ୍ରବଳ ଭିଡ ଯୋଗୁଁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟିଥାଏ । ଆଜି ବଲାଙ୍ଗିର ରାସ୍ତାରେ ଥିବା ଆହ୍ଲାବାଦ ବ୍ୟାଙ୍କ ସମ୍ମୁଖରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ପଟୁ ଦୃତ ଗତିରେ କାରଟିଏ ଆସୁଥିବା ବେଳେ କଣ୍ଟାବାଞ୍ଜି ପଟରୁ ଗୋଟିଏ ବାଇକ ଦୃତ ଗତିରେ ଯାଉଥିଲା । ଯେତେବେଳେ ଦୁଇଟି ଗାଡି ମୁଁହାମୁଁହି ହେଲେ ବାଇକ ଚାଳକ ଅନ୍ୟ ଉପାୟ ନପାଇ ବାମପଟକୁ ଗାଡିଟିକୁ ନେଇଗଲା ଯାହାଫଳରେ ରାସ୍ତାକଡରେ ଛିଡା ହୋଇଥିବା ହୋଟେଲ ମାଲିକଙ୍କୁ ଧକ୍କା ଦେଇଥିଲା । ଧକ୍କା ଫଳରେ ବାଇକରେ ବସିଥିବା ଦୁଇଜଣ ଓ ହୋଟେଲ ମାଲିକ ଶ୍ରୀ ପୁଟେଲ ରାସ୍ତାରେ କଚାଡି ହୋଇ ପଡିଥିଲେ । ସଂଗେ ସଂଗେ ପାଖରେ ଥୁବା ଲୋକମାନେ ଧାଇଁ ଯାଇ ସେମାନଙ୍କୁ ଉଠେଇଥିଲେ । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ଦୁର୍ଘଟଣା ଗ୍ରସ୍ଥ ବ୍ୟକ୍ତି ମାନଙ୍କୁ ପ୍ରାଥମିକ ଚିକିତ୍ସା କରି ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ଦୁର୍ଘଟଣା ଘଟିଥିବା ରାସ୍ତାରେ ପେଟ୍ରୋଲ ପମ୍ପ, ହୋଟେଲ, ବ୍ୟାଙ୍କ, ଗେରେଜ ଓ ବିଦ୍ୟାଳୟ ଥିବାରୁ ସଦାସର୍ବଦା ଲୋକଙ୍କ ଭିଡ ଲାଗିରହୁଛି ବୋଲି ମତପ୍ରକାଶ ପାଉଛି । ଅନ୍ୟପଟେ ଗାଡି ଚାଳକଙ୍କ ବେପରୁଆ ଗାଡିଚାଳନା ଓ ଢିଲା ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ଦୁର୍ଘଟଣା ଜୋନ ପାଲଟିଛି ବୋଲି ମତ ପ୍ରକାଶ ପାଉଛି । ସେହି ଯାଗାରେ ସ୍ପିଡ ବ୍ରେକର ଦେବା ସହିତ ଟ୍ରାଫିକ ବ୍ୟବସ୍ଥା କଡାକଡି କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.