ଦୁର୍ଘଟଣାରେ ଯୁବକ ମୃତ

କଳାହାଣ୍ଡି, (ପି.କେ. ସାହୁ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୂଷାନାଳ ଓ ବନ୍ଧପାରି ମଝିରେ ଥିବା ରାଏଲଝୁଲା ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରାତୁଲ ଗ୍ରାମର ଡାଲ ଦୋରା(୪୮) ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ରବିବାର ଅପରାହ୍ନ ସାଢେ ୪ ଘଣ୍ଟା ସମୟରେ ଡାଲ ଦୋରା କୌଣସି ଏକ କାମରେ ଲାଞ୍ଜିଗଡ଼ ବ୍ଳକ ଘାଟି ଅଞ୍ଚଳକୁ ଯାଇ ଫେରୁଥିବା ସମୟରେ ମୂଷାନାଳ ଓ ବନ୍ଧପାରି ମଝିରେ ଥିବା ରାଏଲଝୁଲା ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଖସି ପଡ଼ିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ମୃତ ଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.