ମକା ବୋଝେଇ ଟ୍ରକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏନଏଚ ୨୬ ଜାତୀୟ ରାଜପଥ ବଲାଙ୍ଗିର ଟିଟିଲାଗଡ ରାସ୍ତା ଘୁଚିପାଲି ଛକ ନିକଟରେ ରବିବାର ଏକ ମକା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଭୋର ସକାଳୁ ରାସ୍ତା ଉପରେ ଓଲଟି ପଡିଛି । ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହେଲ୍ପର ଆହତ ହୋଇଥିବା ଜଣାପଡିଛି । ମକା ବୋଝେଇ ଟ୍ରକଟି ରାଇଘରରୁ ଢେଙ୍କାନାଳ ଯାଉଥିଲା । ଟ୍ରକଟି ରାସ୍ତାରେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଅନ୍ୟ ଏକ ଗାଡି ହେଡ ଲାଇଟ ମାରି ଆସୁଥିବା ବେଳେ ଟ୍ରକ ଡ୍ରାଇଭର ବଡ ଦୁର୍ଘଟଣାକୁ ଏଡାଇବାକୁ ଯାଇ ଟ୍ରକଟିକୁ କଣ୍ଟ୍ରୋଲ କରି ନ ପାରିବାରୁ ରାସ୍ତା ଉପରେ ଓଲଟି ପଡ଼ିଥିବା କୁହାଯାଉଛି । ଦେଓଗାଁ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାକୁ ନେଇ ତଦନ୍ତ କରୁଛି ।

Leave A Reply

Your email address will not be published.