ଟ୍ରକ ଓ କାର ଦୁର୍ଘଟଣାରେ ଆଠ ଗାଈଗୋରୁ ମୃତ : ଗାଈଗୋରୁଙ୍କ ମୃତଦେହ ଉଦ୍ଧାର କଲେ ସ୍ୱେଚ୍ଛାସେବୀ ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୧୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଠାରେ ଚାଳିଶିରୁ ଅଧି ଗାଈଗୋରୁ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରକ ଓ କାର ମାଡ଼ିଯାଇଥିଲା । ଫଳରେ ଆଠ ଗୋଟି ଗାଈର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଗାଈଗୋରୁ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇଁ ଗଞ୍ଜାମ ସହରର ସ୍ୱେଚ୍ଛାସେବୀ ମନୋଜ ପ୍ରଧାନ, କେ. ଏଲେୟା, ଧରଣୀ ସାହୁ, ପ୍ରତୀକ କୁମାର ରାଉଳ (ଗଙ୍ଗା), ଆକାଶ ଗୌଡ଼ ଦୁର୍ଘଟଣା ସ୍ଥଳରେ ପହଂଚି ଜେସିବି ସାହାଯ୍ୟରେ ଉଦ୍ଧାର କରିବା ସହ ଗାତ ଖୋଳି ପୋତିଥିଲେ । ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ ଅଧିକାରୀମାନେ ବୁଲୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ସହରରେ ଆଲୋଚନା ହେଉଛି । ଯୁବ ସ୍ୱେଚ୍ଛାସେବୀ ମାନଙ୍କ ଏଭଳି ମହତ କାର୍ଯ୍ୟକୁ ସହରବାସୀଙ୍କ ସମେତ ରାସ୍ତାରେ ଯାଉଥିବା ଯାତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.