oom

ସଡକ ଦୁର୍ଘଟଣାରେ ମୃତ ବିଦେଶୀ ପୋଡଙ୍କ ପରିବାରଙ୍କୁୁ ଭେଟିଲେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମର ବିଦେଶୀ ପୋଡ ବଢି ଭୋରରୁ ଭୁଜା ବିକ୍ରି କରିବା ପାଇଁ ବଲାଙ୍ଗିର ସହରକୁ ଆସୁଥିବା ବେଳେ ବଲାଙ୍ଗିର ସୋନପୁର ରାଜ୍ୟ ରାଜପଥ ରଣ୍ଡାଠାରେ ଏକ ଅଜଣା ଗାଡି ଧକ୍କାରେ ବିଦେଶୀ ପୋଡଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିଲା । ଆଜି ବଲାଙ୍ଗିର ସଦର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ମଣ୍ଡଳୀ ବୁବେଲ ଗ୍ରାମକୁ ଯାଇ ସ୍ୱର୍ଗତ ପୋଡଙ୍କ ପତ୍ନୀ ନୂଆଦେଇ ପୋଡ ଏବଂ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହ କିଛି ସହାୟତା ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନଠାରେ କ୍ଷତିପୂରଣ ବାବଦକୁ ୨୦ଲକ୍ଷ ଟଙ୍କା ପରିବାରକୁ ଯୋଗାଇ ଦେବା ପାଇଁ ଦାବି କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ପ୍ରତିନିଧି ସରୋଜ ରଥ, ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ବୁବେଲ ସରପଂଚ ପ୍ରତିନିଧି ସନ୍ତୋଷ ମିଶ୍ର, ବସୁଦେବ ନାଏକ, ସତ୍ୟ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.