ବଲାଙ୍ଗିର ସହରରେ ପୁଣି ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପୁଣି ଦୁର୍ଘଟଣା । ମିକ୍ସ୍‌ଚର୍‌ ମେସିନ୍‌ ଗାଡିର ଚକ ଛିଣ୍ଡିଲା । ଭାରସାମ୍ୟ ହରାଇ ରାସ୍ତା କଡ଼ର ବିଦ୍ୟୁତ୍‌ଖୁଣ୍ଟରେ ବାଡେଇ ହେଲା ଗାଡ଼ି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର୍‌ । ସୂଚନା ଅନୁସାରେ ବଲାଙ୍ଗିର ପିପି ଏକାଡେମୀ ଛକରୁ ଭାଗୀରଥି ଛକ ଆଡ଼କୁ ଆସୁଥିବା ବେଳେ ଜୋନା ଗ୍ୟାରେଜ ସାମ୍ନାରେ ଏଭଳି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ୍‌ ଖୁଣ୍ଟରେ ମିକ୍ସ୍‌ଚର୍‌ ଗାଡ଼ିଟି ପିଟି ହୋଇଥିବା ଫଳରେ ବିଦ୍ୟୁତ୍‌ ସରୋବରାହ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ଅବସ୍ଥା ଦେଖିବାକୁ ମିଳିଛି ।

Leave A Reply

Your email address will not be published.