ଏକ ବଡ଼ ରେଳ ଦୁର୍ଘଟଣା ଟଳିଲା : ଦୁଇଟି ଟ୍ରେନ ଗୋଟିଏ ଟ୍ରାକ୍‌ରେ ସାମନା ସାମନି

ବିଳାସପୁର : ବାହାନଗା ଟ୍ରେନ୍‌ ଦୁର୍ଘଟଣାର କରୁଣ ଘଟଣା ମନରୁ ମେଣ୍ଟି ନଥିବା ବେଳେ ପୁଣି ଏକ ବିପଦ ସାମନାକୁ ଆସିଥିବା ବେଳେ ଅଳ୍‌ଳ୍ପକେ ଟଳିଯାଇଛି ଅଘଟଣ । ସୂଚନା ଅନୁସାରେ ବିଳାସପୁରରେ ଗୋଟିଏ ଟ୍ରାକରେ ମାଲଗାଡ଼ି ଓ ମେମୁ ଟ୍ରେନ ସାମନା ସାମନି ଆସୁଥିଲେ । ଦୁଇଟି ଯାକ ଟ୍ରେନ ମଧ୍ୟରେ ୧୫୦ରୁ ୨୦୦ ମିଟର ଦୂରତା ଥିଲା, ଫଳରେ କୌଣସି ବଡ଼ ଦୁର୍ଘଟଣା ଘଟି ନଥିବା ଜଣାପଡିଛି । ତେବେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.