ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୨ ଆହତ

ବିଞ୍ଝାରପୁର : ଯାଜପୁର ବରପଦା-କପିଳା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଞ୍ଝାରପୁର ପ୍ରୀତିପୁର ଗ୍ରାମ ପଞ୍ଚାୟତର ଚନ୍ଦନ ଦାସ, ଦିବ୍ୟଜ୍ୟୋତି ମହାନ୍ତି, ବିତନା ପଂଚାୟତର ଧନେଶ୍ୱର ବେହେରା ତିନିଜଣ ହୋଲି ଖେଳ ସାରି ସାଙ୍ଗମାନଙ୍କ ସହିତ ବିଞ୍ଝାରପୁରରୁ ପ୍ରୀତିପୁର ଘରକୁ ବାଇକ୍‌ରେ ଫେରୁଥିଲେ । ଏହି ସମୟରେ ବରପଦା-କପିଳା ନିକଟସ୍ଥ ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍‌ଟି ଗଛରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଚନ୍ଦନ ଦାସଙ୍କ ମୃତ୍ୟୁ ହୋଇଥିଲା । ତେବେ ଅନ୍ୟ ଦୁଇ ଧନେଶ୍ୱର ଓ ଦିବ୍ୟଜ୍ୟୋତି ଆହତ ହୋଇଛନ୍ତି । ସେମାନଙ୍କୁ କଟକ ସ୍ଥିତ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.