om academy

ମର୍ମନ୍ତଦ ସଡକ ଦୁର୍ଘଟଣା : ୧ ମୃତ

jsm

ପାପଡାହାଣ୍ଡି : ପାପଡାହାଣ୍ଡି ଥାନା ସୁନା ଡଙ୍ଗରୀ ରାସ୍ତା ନିକଟ ୩୯ନଂ ରାଜ୍ୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ଦୀପକ କୁମାର । ତାଙ୍କ ଘର ଉତ୍ତରପ୍ରଦେଶର ଆଲ୍ଲିଗଡରେ । ସେ ଜଣେ ବୁଲା ବେପାରୀ । ଆଖପାଖ ଅଂଚଳରେ ବୁଲା ବ୍ୟବସାୟୀ କରି ପାପଡାହାଣ୍ଡି ଗାଁରେ ରହୁଥିଲେ । ଆଜି ରାତି ୮ଟାରେ ଦୀପକ ବିଭିନ୍ନଅଂଚଳ ବୁଲି ନିଜ ବାଇକ ରେ ପାପଡାହାଣ୍ଡି ଫେରୁଥିବା ବେଳେ ସୁନାଡଙ୍ଗରୀ ରାସ୍ତା ନିକଟରେ ଟ୍ରକ୍ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା । ଟ୍ରକ୍ ଧକ୍କାରେ ଘଟଣା ସ୍ଥଳରେ ଦୀପକଙ୍କ ମୃତ୍ୟୁ ହୋଇଥିଲା । ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପୁଲିସ ତଦନ୍ତ କରୁଛି ।

Leave A Reply

Your email address will not be published.