ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠସ୍ଥ ଜାମସର ଛକଠାରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ମୃତକ ଜଣକ ବରଗଡ ଜିଲ୍ଲା ଭଟଲି ଅଞ୍ଚଳର ଅନୀଲ ବିଶି ବୋଲି ଜଣାପଡିଛି । ସେ ଜାମସର ଦେଇ ବଲାଙ୍ଗିର ଅଭିମୁଖେ ଆସୁଥିବା ବେଳେ ତାଙ୍କ ବାଇକ୍‌ଟି ବିଜ୍ରରେ ଧକ୍କା ହୋଇଥିଲା । ପୁଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.