ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ଦେବଗଡ଼ : ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣୀ ଠାରେ ଶଗଡ ଗାଡ଼ି ଉପରେ ଏକ ଧାନ ବୋଝେଇ ଟ୍ରକ୍ ଓଲଟି ଯାଇଛି ଫଳରେ ଘଟଣାସ୍ଥଳରେ ଶଗଡରେ ଯାଉଥିବା ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଗୁରୁବାର ସକାଳ ସମୟରେ ଦେବଗଡ଼ ତିଲେଇବଣୀ ଗାଁ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ ଗାଡି ଉପରେ ଧାନ ବୋଝେଇ ଟ୍ରକ୍ ଓଲଟି ପଡିଛି । ଯାହାଫଳରେ ଶଗଡ଼ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି । ମୃତକମାନେ ହେଲେ ଶରତ ସାହୁ ଓ ତାଙ୍କ ସ୍ତ୍ରୀ । ଏହା ସହ ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.