ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ଜଗତପୁର : କଟକ ଚାନ୍ଦବାଲି ରାସ୍ତା କାଜିବଜାରଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ବାପା-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାନୁଯାୟୀ, ଗୁରୁବାର ଭୋର୍ ସମୟରେ ଏକ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲା । ଏହି ସମୟରେ କାଜିବଜାର ନିକଟରେ ବାଇକ୍‌ରେ ଯାଉଥିବା ସତ୍ୟଭାମାପୁର ଗ୍ରାମର ଅନୁପ ସାସଲ(୬୦) ଓ ଝିଅ ଅଞ୍ଜଳି ସ୍ଵାଇଁ(୩୭)ଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ବାପା-ଝିଅ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.