ବନଦୁର୍ଗା ମନ୍ଦିର ନବରାତ୍ର ଦୂର୍ଗାପୂଜା

  • ମାଁ ଚନ୍ଦ୍ରଘଣ୍ଟା ବେଶରେ ଭୂଷିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବନଦୁର୍ଗା ଶାରଦୀୟ ମାଁ ଦୁର୍ଗାଙ୍କ ନବରାତ୍ରର ତୃତୀୟ ଦିନରେ ପଦ୍ମପୁର ସ୍ଥିତ ଦୁର୍ଗା ମନ୍ଦିର ଠାରେ ମାଁ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇଛନ୍ତି । ପୂଜା କର୍ତ୍ତା ଭାବରେ ଅନିଲ କୁମାର ବେହେରା ଓ ତାଙ୍କ ସହଧର୍ମିଣୀ ସୁଦେଷ୍ଣା ବେହେରା କର୍ତ୍ତା ଏବଂ ପଣ୍ଡିତ ରଘୁନାଥ ତ୍ରିପାଠୀ, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଅଶୋକ ପଣ୍ଡାଙ୍କ ଦ୍ୱାରା ମାଁ ଚନ୍ଦ୍ରଘଣ୍ଟା ଓ ପାର୍ଶ୍ୱ ଦେବୀଙ୍କୁ ଅବାହନ କରି ଶୋଡଶ ଉପଚାର, ଘଣ୍ଟଶଙ୍ଖ ବାଦ୍ୟ ସହିତ ମାଁ ଦୁର୍ଗାଙ୍କ ସ୍ତୁତିରେ ପୂଜାର୍ଚ୍ଚନା କରାଯାଇଥିଲା । ବନଦୁର୍ଗା ମନ୍ଦିରର ପୂଜକ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା, ସୁଶାନ୍ତ କୁମାର ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.