୪ ଭରିର ସୁନା ଚେନ୍‌ ଝାମ୍ପି ନେଲା ଦୁର୍ବୃତ୍ତ

ପୁରୀ : ପୁରୀ ଲୋକନାଥ ମନ୍ଦିର ଭିତରେ ମହିଳାଙ୍କ ବେକରୁ ୪ ଭରିର ସୁନା ଚେନ୍‌ ଲୁଟି ନେଇଥିବା ଅଭିଯୋଗ ହେଇଛି । ଅଭିଯୋଗ ଅନୁସାରେ ଛତ୍ରପୁର ଅଂଚଳର ମଞ୍ଜୁଳା ପାତ୍ର ଆଜି ସକାଳେ ତାଙ୍କ ପରିବାର ସହ ପୁରୀ ଆସି ଲୋକନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ମନ୍ଦିର ଗର୍ଭଗୃହ ଭିତରେ ତାଙ୍କ ବେକରୁ କେହି ଜଣେ ଦୁର୍ବୃତ୍ତ ସୁନା ଚେନ୍‌ ଲୁଟି ନେଇଥିବା ମଞ୍ଜୁଳା ପାତ୍ର ଅଭିଯୋଗ କରିଛନ୍ତି । ମନ୍ଦିର ଗର୍ଭଗୃହ ଭିତରେ ଭିଡ଼ର ସୁଯୋଗ ନେଇ କେହି ଜଣେ ଦୁର୍ବୃତ୍ତ ମଞ୍ଜୁଳାଙ୍କୁ ଧକ୍କା ଦେଇ ଏହି ଲୁଟ୍‌ କରିଥିବା ସେ କହିଛନ୍ତି । ଦୁର୍ବୃତ୍ତ ଜଣକ କଳା ରଙ୍ଗର ସାର୍ଟ ପିନ୍ଧିଥିଲା ବୋଲି ସେ କହିଛନ୍ତି । ତେବେ ବାସେଳି ସାହି ଥାନାରେ ମଞ୍ଜୁଳା ଏନେଇ ଏକ ଅଭିଯୋଗ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.