jayashree

ଜମିବାଡ଼ିକୁ କେନ୍ଦ୍ର କରି କଳହ, ଥାନାର ଦ୍ୱାରସ୍ଥ ହେଲେ ଦୁଇ ପକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମିବାଡ଼ିକୁ କେନ୍ଦ୍ର କରି କଳହ ହୋଇଥିବା ବେଳେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ପକ୍ଷ । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ନୂଆପାଲି ଗାଁରେ । ସୂଚନା ଅନୁସାରେ ଏହି ଗାଁର ପ୍ରକାଶ ସାହୁ ଓ ଜରା ସାହୁଙ୍କ ପରିବାର ମଧ୍ୟରେ ଏକ ସରକାରୀ ଜମିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଏହି ଜାଗା ଛାଡିବାକୁ ଜରା ସାହୁ ପ୍ରକାଶ ବାଗଙ୍କୁ କହି ଆସୁଥିଲା । ଜରା ସାହୁ ଏହି ସରକାରୀ ଜାଗା ମୋର ବୋଲି କହି ପ୍ରକାଶଙ୍କୁ ମାରପିଟ୍ କରିଥିବା ବେଳେ ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ଶେଷରେ ପ୍ରକାଶ ବାଗ ନ୍ୟାୟ ପ୍ରଦାନ ପାଇଁ ପୁଇଁତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଇଁତଲା ପୋଲିସ ଦୁଇ ପକ୍ଷକୁ ଡାକି ଆଲୋଚନା କରିଥିବା ସୂଚନା ରହିଛି ।

Leave A Reply

Your email address will not be published.