ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି.) ଆନୁକୂଲ୍ୟରେ କଲେଜର ଓଡିଟୋରିୟମ୍ ହଲରେ ଏକ ଦକ୍ଷତା ଭିତ୍ତିକ ଦୁଇଦିନିଆ କର୍ମଶାଳା ଶୁକ୍ରବାର ଉଦୟଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସଵରେ ଚେନ୍ନାଇର ପ୍ରମୁଖ ବୈଜ୍ଞାନିକ ଡ଼ଃ. ଅକ୍ଷୟ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳ କୃଷିର ଅତ୍ୟାଧୂନିକ ଜ୍ଞାନ କୌଶଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ସୌମେନ୍ଦ୍ର ନନ୍ଦ ମୁଖ୍ୟବକ୍ତା ଭାବେ, ବିଶ୍ଵ ମତ୍ସ୍ୟ ଭାରତର ଟିମ୍ ମୁଖ୍ୟ ଡ଼ଃ. ପି. ଅରୁଣ ପାଡ଼ିିୟାର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆକ୍ୱା କଳଚର୍ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ପ୍ରାକ୍ତନ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ସୌମେନ୍ଦ୍ର ନନ୍ଦ ମୁଖ୍ୟବକ୍ତା ଭାବେ, ବିଶ୍ଵ ମତ୍ସ୍ୟ ଭାରତର ଟିମ୍ ମୁଖ୍ୟ ଡ଼ଃ. ପି. ଅରୁଣ ପାଡ଼ିିୟାର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଶ୍ଵ ଓ ଜାତୀୟ ସ୍ତରରେ ସ୍ମାର୍ଟ ଜଳ କୃଷିର ପ୍ରୟୋଗ ଓ ଜ୍ଞାନ କୌଶଳ ଉପରେ ଦିକ୍ଷାନ୍ତ ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏହି ଦ୍ୱିସତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ମସ୍ତିଷ୍କ ଚମତ୍କାର ଅଧିବେଶନରେ ଭାଗନେଇଥିବା ଦୁଇଜଣ ଜଳ କୃଷି ଉଦ୍ୟୋଗୀ ଜୟ ପ୍ରକାଶ ମହାପାତ୍ର, ସରିଫ୍ ଅହମ୍ମଦ ନିଜର ଅଭିଜ୍ଞତା ପ୍ରକାଶ କରିବା ସାଂଗକୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖମତ୍ସ୍ୟଚାଷୀ ମାନଙ୍କ ସହିତ ଭାବ ବିନିମୟ ପ୍ରକାଶ କରିଥିଲେ । ବୈଷୟିକ ଆଲୋଚନା ମଧ୍ୟରେ ବାଇଓ ଫ୍ଲକ୍ ଅକ୍ୱାପୋନିକ୍ସ ଆର୍ଟିଫିସିଆଲ୍ ଇଣ୍ଟିଲେଜେନ୍ସି ମାଧ୍ୟମରେ ଜଳକୃଷିରେ ପରିବର୍ତ୍ତନ ଆଣିବା ପାଇଁ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । କର୍ଯ୍ୟର୍ୟ୍ୟକ୍ରମର ମୁଖ୍ୟ ଆବାହକ ତଥା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଏହି କର୍ମଶାଳାକୁ ପରିଚାଳନା କରିଥିଲେ ଏବଂ ଡ଼ଃ. ସୁଶାନ୍ତ କୁମାର ପାତ୍ର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ, ୨୫୦ ଜଣ ଛାତ୍ରଛାତ୍ରୀ, ମତ୍ସ୍ୟ ଚାଷୀ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ସୁଯୋଗ ଲାଭ କରି ଅନେକ ଉପକୃତ ହୋଇଥିଲେ ।