ଦୁବାଇ- ୟୁଏଇରେ ନୂଆଁଖାଇ ଭେଟଘାଟର ସ୍ୱତନ୍ତ୍ର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁବାଇ, ୟୁଏଇ ମଧ୍ୟରେ ଚଳିତ ବର୍ଷ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ୨୦୨୧ କୋଭିଡ-୧୯ ନିୟମାନୁସାରେ ଏକ ଭିନ୍ନ ସ୍ୱତନ୍ତ୍ରତା ମଧ୍ୟରେ କୋଇଲା ଲଞ୍ଜେଷ ଠାରେ ଆୟୋଜନ କରାଯାଇଥିଲା ଯେଉଁଠି ପ୍ରାୟତଃ ଏକ ଶହରୁ ଉର୍ଦ୍ଧ୍ୱ ପଶ୍ଚିମ ଓଡିଶାର ପରିବାର ସମୂହ ଯେଉଁମାନେ ଦୁବାଇରେ ରହି ବିଭିନ୍ନ ବ୍ୟବସାୟ ଓ କମ୍ପାନୀ ମାନଙ୍କରେ କର୍ଯ୍ୟରତ ଅଛନ୍ତି ସେମାନେ ନିଜର ସଦିଚ୍ଛା ମୁତାବକ ଏହି ବିଶିଷ୍ଟ ନୂଆଁଖାଇ ଭେଟଘାଟକୁ ମା’ସମଲେଶ୍ୱରୀଙ୍କ ସମ୍ମୁଖରେ ଆଳତୀର ଆୟୋଜନ କରାଇ ଇଷ୍ଟଦେବୀଙ୍କୁ ନୂଆଁ ଲଗେଇଥିଲେ ।
ଉପରୋକ୍ତ ଉତ୍ସବରେ ପଶ୍ଚିମ ଓଡିଶାର ପାରମ୍ପରିକ ବସ୍ତ୍ର ପରିଧାନ କରିବା ବିଶେଷତ୍ୱ କ୍ରମେ ମହିଳା ମାନଙ୍କର ସମ୍ବଲପୁରୀ ଶାଢ଼ୀ, ପାଟ ଓ ପୁରୁଷ ଏବଂ ଶିଶୁ ମାନଙ୍କ ପୋଷାକ ବେଶ ଆକର୍ଷଣ ଥିଲା । ଏହାଛଡା ପଶ୍ଚିମ ଓଡିଶାର ଲୋକ ନୃତ୍ୟ, ସଂଗୀତ ଓ କବିତା ପାଠୋତ୍ସବ ପରିବେଷଣ ଏହି ମାହୋଲକୁ ଆହୁରି ରଙ୍ଗାଇତ କରାଇଥିଲା । ଏହି ବିଶେଷ ପର୍ବ ସମାରୋହରେ ଦୁବାଇ ନୂଆଁଖାଇ ପରିବାର ତରଫରୁ ବ୍ରାଜିଲ ଦେଶରୁ ସ୍ୱତନ୍ତ୍ର ଅତିଥି ଗ୍ରାବିଓଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ବିଶିଷ୍ଟ ଅତିଥି ମାନଙ୍କର ଶୁଭେଚ୍ଛା ଓ ମତାମତକୁ ‘ଭିଡିଓ ଡିଜିଟାଲ ସୋ’ ମାଧ୍ୟମରେ ପରିବେଷଣ କରାଯାଇଥିଲା ଓ କିଛି ପ୍ରତିଯୋଗିତା ମାନଙ୍କ ଓ ଅତିଥି ମାନଂକୁ ନୂଆଁଖାଇ ମଞ୍ଚରେ ସମ୍ମାନିତ କରାଯାଇଥିଲା । ନୂଆଁଖାଇ ସମାରୋହ କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ଅନ୍ତରରେ ପାଳନ କରାଯିବା ଦୁବାଇ ନୂଆଁଖାଇ ପରିବାର ପାଇଁ ଏକ ସ୍ୱତନ୍ତ୍ର ଚ୍ୟାଲେଞ୍ଜ ଥିଲା ବୋଲି ଆୟୋଜକ ଶ୍ରୀମତୀ ଚିନ୍ମୟୀ ବେହେରା ଜଣାଇଛନ୍ତି ଓ ଏହା ଆସନ୍ତା ଦିନରେ ଆହୁରି ଧୂମଧାମ ସହିତ ପାଳନ କରାଯିବ ବୋଲି ସଭ୍ୟ ସମୂହ ଜଣାଇଛନ୍ତି ।

Leave A Reply

Your email address will not be published.